ରୋଗୀକୁ ପ୍ରଶଂସା କରିବା ଡାକ୍ତରଙ୍କୁ ପଡିଲା ମହଙ୍ଗା : ରାଗରେ ନିର୍ଧୁମ୍‌ ପିଟିଲେ ମହିଳାଙ୍କ ସ୍ବାମୀ...

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯: ଡାକ୍ତରଙ୍କ ଚାକିରି ସବୁ ଠାରୁ କଷ୍ଟ ଓ ବିପଦ । ହେଲେ କିଏ କୁହନ୍ତି ଡାକ୍ତରଙ୍କ ଚାକିରି , ବିପଦ କମ୍? କାରଣ ସେମାନେ ଦିନରୁ ଆରମ୍ଭ କରି ରାତି ଯାଏଁ ହଜାର ହଜାର ରୋଗୀଙ୍କୁ ଦେଖିବା ସହ ଚିକିତ୍ସା କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା କି ଆଶ୍ଚର୍ଯ୍ୟ କର । ଋଷରେ ଜଣେ ଡାକ୍ତର ତାଙ୍କ ରୋଗୀଙ୍କୁ ଟିକିଏ କଣ ପ୍ରଶଂସା କଲେ ଯେ ତାଙ୍କର ନିଶ୍ବାସ-ପ୍ରଶ୍ବାସ ଅଟକି ଗଲା। ଡାକ୍ତରଙ୍କ ନିକଟରେ ଚର୍ମ ସମସ୍ୟା ଆଣିଥିଲେ ଜଣେ ମହିଳା ରୋଗୀ। ଜଣେ ମହିଳାଙ୍କୁ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ଚର୍ମ ସୁନ୍ଦର ଅଟେ। ଏହା ପରେ ମହିଳାଙ୍କ ସ୍ୱାମୀ କ୍ଲିନିକରେ ପ୍ରବେଶ କରି ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ତେବେ ଏହି ଘଟଣା ଋଷର ସାଇବେରିଆ ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ ଡାକ୍ତର ଭ୍ଲାଦିମିର ଜିରନୋକଲେଭଙ୍କ ନିକଟକୁ ଚର୍ମ ସମସ୍ୟା ନେଇ ଯାଇଥିଲେ। ମହିଳା ଜଣକ ହିଜାବ ପିନ୍ଧିଥିଲେ ଏବଂ କ୍ଲିନିକରେ ପହଞ୍ଚିବା ପରେ ସେ ଡାକ୍ତରଙ୍କ ସହ ତାଙ୍କ ସମସ୍ୟା ବିଷୟରେ କହିଥିଲେ ।ଡାକ୍ତର ଭ୍ଲାଦିମିର ମହିଳାଙ୍କ ଚର୍ମ ପରୀକ୍ଷା କରିବା ପରେ ତାଙ୍କୁ କହିଥିଲେ ଯେ ତାଙ୍କ ଚର୍ମରେ କୌଣସି ଅସୁବିଧା ନାହିଁ, କିନ୍ତୁ ଚର୍ମ ବହୁତ ସୁନ୍ଦର ଅଟେ। ମହିଳାଙ୍କ ଚର୍ମ ଦେଖିବା ପରେ ଡାକ୍ତର ତାଙ୍କୁ କହିଥିଲେ ଯେ ସବୁକିଛି ଠିକ ଅଛି, କିନ୍ତୁ ତା’ର ଚର୍ମ ବହୁତ ସୁନ୍ଦର । ମହିଳା ଏହି କଥାକୁ ଭୁଲ ବୁ ବୁଝି ଡାକ୍ତରଙ୍କ ବିଷୟରେ ତାଙ୍କ ସ୍ୱାମୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଶୁଣି ମହିଳା ତାଙ୍କ ସ୍ୱାମୀ କହିଥିଲେ ଯେ ଡାକ୍ତର ତାଙ୍କ ଚର୍ମକୁ ସୁନ୍ଦର ବୋଲି କହିଛନ୍ତି। ପତ୍ନୀଙ୍କ କଥା ଶୁଣି ସ୍ୱାମୀଙ୍କ ରାଗ ଯାଇ ସିଧା ମୁଣ୍ଡରେ ପହଞ୍ଚିଲା। ପାଗଳ ସ୍ୱାମୀ କିଛି ନ ଦେଖି କିମ୍ବା ନବୁଝି  ସିଧା ଡାକ୍ତରଙ୍କ କ୍ୟାବିନରେ ପ୍ରବେଶ କରିଥିଲେ। ରାଗିଯାଇ ସ୍ୱାମୀ କିଛି ନ ଶୁଣି ଡାକ୍ତରଙ୍କୁ ପିଟିବା ଆରମ୍ଭ କଲେ। ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ ଡାକ୍ତରଙ୍କ ଜୀବନ ରକ୍ଷା କରିଥିଲେ । ତା’ପରେ ସେ ଡାକ୍ତରଙ୍କ ସହିତ କ’ଣ ଘଟିଯାଇଥିଲା ସେ ବିଷୟରେ କେବେ ଚିନ୍ତା କରିନଥିଲେ।

କିନ୍ତୁ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ପୋଲିସ ନିକଟରେ ମାମଲା ଦାୟର କରିଥିଲେ ଏବଂ ମହିଳାଙ୍କ ସ୍ୱାମୀ ଗିରଫ କରିଥିଲେ । ପରେ ଏ ବାବଦରେ ସ୍ପଷ୍ଟୀକରଣ ଦେଇ ଡାକ୍ତର ଭ୍ଲାଦିମିର ଏପରିକି କହିଥିଲେ ଯେ ସେ ମହିଳାଙ୍କ ପେଟ, ପିଠି ଏବଂ କାନ୍ଧର ଚର୍ମ ପରୀକ୍ଷା ପାଇଁ ଆସିଥିଲେ। ଏହା ପରେ ସେ ତାଙ୍କୁ କହିଥିଲେ - କୌଣସି ଅସୁବିଧା ନାହିଁ, କିନ୍ତୁ ତୁମର ଚର୍ମ ବହୁତ ସୁନ୍ଦର ବୋଲି ଖରାପରେ ନକହି ଭଲ କହିଥିଲେ । ଏନେଇ ତାଜିକିସ୍ତାନ ଦମ୍ପତି କହିଛନ୍ତି ଯେ ଡାକ୍ତରୀ ପରୀକ୍ଷା ସମୟରେ ଡାକ୍ତର ତାଙ୍କ ନିୟମ ପାଳନ କରିନାହାଁନ୍ତି। କିନ୍ତୁ ମହିଳାଙ୍କ ସ୍ୱାମୀ କୁହନ୍ତି ଯେ - 'ଅନୁସନ୍ଧାନ ସମୟରେ ମୋ ପତ୍ନୀଙ୍କୁ ଡାକ୍ତରଙ୍କ ପ୍ରଶଂସା ମୋର ନୀତି ବିରୁଦ୍ଧ ଅଟେ। ତାଙ୍କର କାମ କେବଳ ମେଡିକାଲ ପରୀକ୍ଷା କରିବା ଏବଂ ଔଷଧ ଦେବା, ମହିଳାମାନଙ୍କୁ ପ୍ରଶଂସା କରିବା ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.