Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆଜି ୧୨ ତମ ବ୍ରିକ୍ସ ସମ୍ମିଳନୀ , ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

17/11/2020 at 7:55 AM

ନୂଆଦିଲ୍ଲୀ ୧୭।୧୧: ଆଜି ଋଷ୍ ଦ୍ବାରା ଆୟୋଜିତ ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

moderndiplomacy.eu

ତେବେ ହେବାକୁ ଥିବା ସମ୍ମିଳନୀରେ ବିଶ୍ବ ସ୍ଥିରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଛି। ଋଷ ପ୍ରଧାନମନ୍ତ୍ରୀ ଭ୍ଲାଦମିର ପୁଟିନଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବେ । ବିଶ୍ବ ସ୍ଥିରତା, ସୁରକ୍ଷା ଏବଂ ଅଭିନବ ଅଭିବୃଦ୍ଧି ଇତ୍ୟାଦି ଚଳିତ ବର୍ଷର ପ୍ରମୁଖ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ । କୋଭିଡ-୧୯ ମହାମାରୀ ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସଦସ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ଆନ୍ତଃ ବ୍ରିକ୍ସ ସହଯୋଗ, ବର୍ତ୍ତମାନ ସମୟରେ ବିଶ୍ବରେ ଚାଲିଥିବା କୋଭିଡ -୧୯ ମହାମାରୀର ପ୍ରଭାବକୁ ହ୍ରାସ ଦିଗରେ ପଦକ୍ଷେପ, ଆତଙ୍କବାଦ ବିରୋଧୀ, ବାଣିଜ୍ୟ, ସ୍ବାସ୍ଥ ସେବାରେ ସହଯୋଗ, ଶକ୍ତି ଏବଂ ସମ୍ବଳ ବିନିମୟ ଆଦି ପ୍ରମୁଖ ପ୍ରସଙ୍ଗରେ ଏଥରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ସେହିପରି  ୨୦୨୧ରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସର୧୩ ତମ ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଆୟୋଜକ ରାଷ୍ଟ୍ର ହେବ । ଏହା ପୂର୍ବରୁ ମଧ୍ୟ ୨୦୧୨ ଓ ୨୦୧୬ ରେ ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜକ ଥିଲା । ତୃତୀୟ ଥର ପାଇଁ ଭାରତ ୨୦୨୧ ଭାରତ ସମ୍ମିଳନୀର ଆୟୋଜକ ଭାବେ ଦାୟିତ୍ବ ତୁଲାଇବ ।

   Related Posts