ବଢୁଛି ଉତ୍ତେଜନା: ଯୁଦ୍ଧରେ ଆର୍ମେନିଆର ପକ୍ଷ ନେଲା ଋଷିଆ, ଅଜର ବୈଜାନ ଗସ୍ତରେ ତୁର୍କି ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | November 01, 2020 IST

ଅଙ୍କାରା : ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ନାଗର୍ଣ୍ଣୋ କାରବାଖକୁ ନେଇ ଉପୁଜିଥିବା ଯୁଦ୍ଧ ଏବେ ଭୀଷଣ ରୂପେ ନେଇଛି। ମାମଲାରେ ଋଷିଆ ଆର୍ମେନିଆ ସପକ୍ଷରେ ଛିଡା ହେବା ପରିସ୍ଥିତିକୁ ବିପଦଜନକ କରିଛି। ଅଜରବୈଜାନକୁ ତୁର୍କି ଉସକାଉଥିବାରୁ ଆର୍ମେନିଆ ସହ ବାରମ୍ବାର ଯୁଦ୍ଧବିରାମା ଉଲ୍ଲଂଘନ ହେଉଛି। ଏଥିରେ ତୁର୍କି ବୈଦେଶିକ ମନ୍ତ୍ରୀ ମେଭଲୁତ କାବୁ ସୋଗ୍ଲି ରବିବାର ଅଜରବୈଜାନ ରାଜଧାନୀ ବାକୁରେ ପହଞ୍ଚିଛନ୍ତି।

{"id":354400,"sizeSlug":"large"}

ଋଷିଆ ଯଦିଓ ଆର୍ମେନିଆ ସପକ୍ଷରେ ଯୁଦ୍ଧରେ ଛିଡା ହୋଇଛି ତେବେ ଉଭୟ ପକ୍ଷଙ୍କୁ ତୁରନ୍ତ ଉତ୍ତେଜନା ହ୍ରାସ ଓ ଦୁଇପକ୍ଷ ମଜଭୁତ ଆଲୋଚନା  କରନ୍ତୁ ବୋଲି ଆହ୍ୱାନ  ଦେଇଛି। ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପସନିୟନ ଋଷିଆ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସହାୟତା ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ଋଷିଆ ଆର୍ମେନିଆ ସପକ୍ଷରେ ଛିଡା ହୋଇଛି। ଋଷିଆ ମୁଖପାତ୍ର ମାରିଆ ଜାଖାରୋଭା ଏକ ବିବୃତ୍ତିରେ ଋଷିଆ ଯୁଦ୍ଧରେ ଆର୍ମେନିଆକୁ ସହାୟତା କରିବ ବୋଲି କହିଛନ୍ତି।

{"id":354401,"width":580,"height":436,"sizeSlug":"large"}

ତେବେ ଯୁଦ୍ଧରେ ଋଷିଆ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବା ଭୟାନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଋଷିଆର ସୈନ୍ୟ ଶକ୍ତି ସମ୍ପର୍କରେ କେହି ଅଜ୍ଞ ନୁହନ୍ତି। ଏଥିରେ ତୁର୍କି ଅଜରବୈଜାନ ପଛରେ ରହି ଛଦ୍ମଯୁଦ୍ଧ କରୁଛି। ଜାଣିଶୁଣି ଅଜରବୈଜାନକୁ ଉସକାଇ ବାରମ୍ବାର ଯୁଦ୍ଧବିରତୀ ଉଲ୍ଲଂଘନ କରୁଛି। ଏଥିରେ ଋଷ ସୈନ୍ୟ ସାମ୍ନାସାମ୍ନୀ ଯୁଦ୍ଧକୁ ଓହ୍ଲାଇଲେ ଅଜରବୈଜାନ ସମେତ ତୁର୍କି ଧ୍ୱଂସ୍ତ ହେବା ନିଶ୍ଚିତ ବୋଲି ଆକଳନ କରାଯାଉଛି।

{"id":354402,"width":577,"height":289,"sizeSlug":"large"}

ଅଜରବୈଜାନ ସପକ୍ଷରେ କେବଳ ତୁର୍କି ନୁହେଁ ଇସ୍ଲାନ ଆତଙ୍କବାଦ ସଙ୍ଗଠନମାନେ ମଧ୍ୟ ଆର୍ମେନିଆ ବିରୋଧରେ ଅଣ୍ଟା ଭିଡିଛନ୍ତି। ଏଣୁ ବିଶ୍ୱ ହୁଏତ ଏବେ ଚରମ ବିପର୍ଯ୍ୟୟ ଆଡକୁ ମୁହାଁଉଥିବାର ଆଶଙ୍କା କରାଯାଉଛି। ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ୩ ଥର ଯୁଦ୍ଧବିରତୀ ଘୋଷଣା ହେଲାଣି ହେଲେ ପ୍ରତି ଥର ଉଭୟପକ୍ଷ ଉଲ୍ଲଂଘନ କରୁଛନ୍ତି। ତୁର୍କି ଓ ଇସ୍ଲାମ ସଙ୍ଗଠନଙ୍କ ସମର୍ଥନରେ ଆର୍ମେନିଆ ଆଡକୁ ମାଡି ଚାଲିଛି ଅଜରବୈଜାନ। ଏଣୁ ଆର୍ମେନିଆ ୧୯୯୭ ପାରସ୍ପାରିକ ସୁରକ୍ଷା ସନ୍ଧି ବଳରେ ଋଷିଆ ସହାୟତା କାମନା କରିଛି। ଏଥିରେ ଋଷିଆ ମଧ୍ୟ ଆର୍ମେନିଆ ସମର୍ଥନରେ ଖୋଲାଖୋଲି ଆସିବାକୁ ନିଷ୍ପତ୍ତି ନେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.