Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ରୁଷ୍‌ର ନୂଆ ଇଣ୍ଟରନେଟ୍ ଫର୍ମୁଲା : ଆମେରିକା ବି ହେଲା ଫେଲ୍

26/12/2019 at 11:35 AM

ମସ୍କୋ ୨୬/୧୨: ସୂଚନା କ୍ରାନ୍ତି ଏବଂ ମୋବାଇଲ୍ ଯୁଗରେ ବିନା ଇଣ୍ଟରନେଟରେ ଆପଣ ଜୀବନର କଳ୍ପନା ମଧ୍ୟ କରିପାରିବେ ନାହିଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର କିମ୍ବା ଦେଶର ଇଣ୍ଟରନେଟ୍ କୌଣସି କାରଣବଶତଃ ବନ୍ଦ ହୋଇଯାଉଛି ତେବେ କ’ଣ ହେବ। ଟ୍ରେନଠୁ ଆରମ୍ଭ କରି ଉଡ଼ାଜାହାଜ ଯାଏଁ ଏବଂ ଆପଣଙ୍କ ଖାଇବା ଅର୍ଡ଼ରଠୁ ଆରମ୍ଭ କରି କମ୍ପ୍ୟୁଟରରେ କାମ କରିବା ପର୍ଯ୍ୟନ୍ତ ସବୁକିଛି ବନ୍ଦ ହୋଇଯିବ। ଏଥିପାଇଁ ରୁଷ୍ ଏକ ଏପରି ନେଟଓ୍ବାର୍କ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଛି ଯାହା ଇଣ୍ଟରନେଟ୍ ବନ୍ଦ ହୋଇଗଲେ ନିଜ ଦେଶରେ କାମ କରିବ।

ଯଦି ବିଶ୍ବରେ ଓ୍ବାର୍ଲଡ ଓ୍ବାଇଡ ଓ୍ବେବର ସୁବିଧା କୌଣସି କାରଣବଶତଃ ବନ୍ଦ ହୋଇଯାଏ ତେବେ ଦେଶରେ ଇଣ୍ଟରନେଟ୍ ଏବଂ ଜରୁରୀ ସେବା ବିନା କୌଣସି ଅସୁବିଧାରେ ଚାଲିବ।

ରୁଷର ଉପ ସଞ୍ଚାର ମନ୍ତ୍ରୀ ଅଲେକ୍ସି ସୋକୋଲାଭ କହିଛନ୍ତି ଯେ ରୁଷ ଗତ ସୋମବାର ଏହା ଯାଞ୍ଚ କରିବା ପାଇଁ ଅନେକ ପରୀକ୍ଷା ନୀରିକ୍ଷା କରିଛି।

ରୁଷରେ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ନେଟଓ୍ବାର୍କକୁ ଅନେକ ଦିନ ପରୀକ୍ଷଣ କରିବା ପରେ ଏହାର ସମୀକ୍ଷା କରାଯାଇଥିଲା। ଏହି ନେଟଓ୍ବାର୍କ ଇଣ୍ଟରନେଟର ନିର୍ବାଧ ସେବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଆମେରିକୀୟ ଜାତୀୟ ସାଇବର ସୁରକ୍ଷା ରଣନୀତିର ଆକ୍ରମଣାତ୍ମକ ଜବାବ ଅଟେ।

   Related Posts