Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ୟୁକ୍ରେନ୍‌ରେ ସ୍ପୁଟନିକ୍‌-ଭି ଟିକା ବ୍ୟାନ୍‌, କିନ୍ତୁ ବିଦ୍ରୋହୀଙ୍କୁ ଯୋଗାଯାଉଛି ଭାକ୍‌ସିନ୍‌

1/02/2021 at 10:18 AM

ନୂଆଦିଲ୍ଲୀ ୦୧।୦୨: ସରକାରଙ୍କ ବ୍ୟାନ୍‌ ସତ୍ତ୍ୱେ ଚାଲିଛି ଟିକା ଯୋଗାଣ । ୟୁକ୍ରେନ୍‌ରେ ସ୍ପୁଟନିକ-ଭି କରୋନା ଭାକସିନ୍‌କୁ ବ୍ୟାନ୍‌ କରିଛନ୍ତି ସେଠାକାର ସରକାର । କିନ୍ତୁ ଲୁଚାଛପାରେ ୟୁକ୍ରେନ୍‌ର ପୂର୍ବରେ ଥିବା କିଛି ବିଦ୍ରୋହୀ ଅଞ୍ଚଳରେ ଏହି ଟିକାର ଯୋଗାଣ ଆରମ୍ଭ ହୋଇଛି । ଯାହାର ଟିକାକରଣ ଖୁବଶୀଘ୍ର ହେବାକୁ ଯାଉଛି ।

ୟୁକ୍ରେନ୍‌ ସରକାର ଫେବୃଆରୀ ମାସରୁ ବିଭିନ୍ନ ଦେଶରୁ କରୋନା ଭାକ୍‌ସିନ୍‌ର ଟିକା ଗ୍ରହଣ କରିବାକୁ ଯୋଜନା କରୁଛି । ଖାସ୍‌ କରି ପଶ୍ଚିମ ଦେଶ ଦ୍ୱାରା ନିର୍ମିତ କରୋନା ଭାକ୍‌ସିନ୍‌କୁ ଦେଶରେ ବ୍ୟବହାର ପାଇଁ ଯୋଜନା କରୁଛି । କିନ୍ତୁ ରୁଷ୍‌ ଦ୍ୱାରା ନିର୍ମିତ ହୋଇଥିବା ସ୍ପୁଟନିକ୍-ଭି ଟିକାର ବ୍ଯବହାର ଉପରେ କଟକଣା ଲଗାଇଛନ୍ତି ୟୁକ୍ରେନ୍‌ ସରକାର ।

ଗତ କିଛି ବର୍ଷ ହେଲେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ଲାଗିରହିଛି । ରୁଷ ସୀମାରେ ଖିବା ଡୋନେଟସ୍କ ଅଞ୍ଚଳରେ ୟୁକ୍ରେନ୍‌ର କୌଣସି ନିୟନ୍ତ୍ରଣ ନାହିଁ । ଯାହାକୁ ନେଇ ଡୋନେଟସ୍କ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ଲାଗିରହିଛି । ସୀମାରେ ୟୁକ୍ରେନ୍‌ ସୈନ ଓ ରୁଷ୍‌ ସମର୍ଥିତ ବିଚ୍ଛିନ୍ନତବାଦୀ ବିଦ୍ରୋହୀଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି । ଏପିରିକ ୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କିଛି ସଂଗଠନ ଡୋନାଟେସ୍କକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରୁଛନ୍ତି ।

ତେବେ ଏସବୁ ବିବାଦ ଭିତରେ ବିବାଦୀୟ ୟୁକ୍ରେନ୍‌ର ପୂର୍ବରେ ଥିବା ଡୋନେଟସ୍କ ଅଞ୍ଚଳରେ ରୁଷ୍‌ ପକ୍ଷରୁ ସ୍ପଟନିକକ-ଭି ଟିକା ଯୋଗାଣ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ଟିକା ଯୋଗାଣ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଖୁବଶୀଘ୍ର ପୁରା ଅଞ୍ଚଳରେ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି ମଧ୍ୟ ସୂଚନା ମିଳିଛି । ପ୍ରଥମେ ସ୍ୱାସ୍ଥ୍ୟ କର୍ମଚାରୀ ଓ ଶିକ୍ଷକମାନଙ୍କୁ ମାଗଣାରେ ଟିକାକରଣ କରାଯିବ ।

   Related Posts