ଆଣ୍ଟି ଭାଇରାଲ ଡ୍ରଗ୍ ଏଭିଫବିରକୁ ରୁଷର ଅନୁମୋଦନ, କୋଭିଡ୍-୧୯ ଲଢେଇରେ ଆଗକୁ ବଢିଲା ଭାରତ
2/06/2020 at 9:21 PM

ନୂଆଦିଲ୍ଲୀ ୦୨।୦୬: କୋଭିଡ୍-୧୯ ଉପଚାର ଲାଗି ଆଣ୍ଟି ଭାଇରାଲ ଡ୍ରଗ୍ ଏଭିଫବିରକୁ ରୁଷ ଅନୁମୋଦନ ଦେବା ଭାରତ ଲାଗି ଭଲ ଖବର। ଏଭିଫବିର ଇନଫ୍ଲୁଏଞ୍ଜା ଔଷଧ ଉପରେ ଆଧାରିତ ଯାହାର ପୂର୍ବରୁ କ୍ଲିନିକାଲ ପରୀକ୍ଷଣ ହୋଇ ସାରିଥିବା ବୈଜ୍ଞାନିକ କହିଛନ୍ତି।
ଏଭିଫବିର ଦୁନିଆର ସବୁଠୁ ପ୍ରଭାବଶାଳୀ ଆଣ୍ଟି କୋଭିଡ୍-୧୯ ଔଷଧ, ଯାହାକୁ ଫେଭିପିରଭିରଠୁ ନିଆଯାଇଛି। ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ ଗତ ସପ୍ତାହରେ ଘୋଷଣା କରିଥିଲା ଯେ ଏଭିଫବିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ସ୍ତରରେ ପହଞ୍ଚିଛି।
କରୋନା ଚିକିତ୍ସିତ ରୋଗୀଙ୍କ ଠାରେ ଏହି ଔଷଧ ଅଧିକ ପ୍ରଭାବଶାଳୀ ରହିଥିବା ପରୀକ୍ଷଣରୁ ଜଣା ପଡିଛି। ମଙ୍ଗଳବାର ରୁଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(RDIF) କହିଛି, ଜୁନ୍ରେ ରୁଷ ହସ୍ପିଟାଲରେ ଏହି ଔଷଧର ୬୦ ହଜାର କୋର୍ସ ବିତରଣ କରାଯାଇଛି।
ଏହା ମଧ୍ୟ କୁହାଯାଇଛି ଯେ, ଏଭିଫବିର କୋଭିଡ୍-୧୯ ଉପଚାର ପାଇଁ ଅନୁମୋଦିତ ଦୁନିଆର ପ୍ରଥମ ଫେଭିପିରବିର ଆଧାରିତ ଔଷଧ ଅଟେ। ବୈଜ୍ଞାନିକ କହିଛନ୍ତି, ଏଭିଫବିର ଏବଂ ଫେଭିପିରବିର ମଧ୍ୟରେ ଲିଙ୍କ୍ ଭାରତ ପାଇଁ ଆଶାର କିରଣ ପାଲଟିଛି।
ଫଭିପିରଭିର ଇନଫ୍ଲୁଏଞ୍ଜା ଲାଗି ଏଭିଗନ ନାମରେ ପରିଚିତ। ଏହାକୁ ସର୍ବଦା ସଂକ୍ରମଣ ଯେପରିକି ବାଇନା ଭାଇରସ୍, ଫିଲୋଭାଇରସ୍ ଓ ଆରେନାଭାଇସ୍ର ଉପଚାର ଲାଗି ସୁପାରିସ୍ କରାଯାଏ। ଏହା ଥ୍ରୋମ୍ବୋସାଇଟୋ ପେନିଆ ଓ ଅତ୍ୟଧିକ ଜ୍ଵର ପାଇଁ ଉପଯୋଗ କରାଯାଏ। ଏହି ଔଷଧକୁ ଏବେ ଭାରତ ଓ ରୁଷ ମିଳିତ ଭାବେ ବିକଶିତ କରୁଛନ୍ତି।