ସ୍ପୁଟନିକ୍‌ର ବଡ଼ ଘୋଷଣା, ଲାଇଟ୍‌ ଭର୍ସନ ଟିକାର ସିଙ୍ଗଲ ଡୋଜ୍‌ କରୋନାକୁ ଦେବ ମାତ୍‌

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୬/୫: କରୋନା ମୁକାବିଲା ପାଇଁ ଏବେ ବିଭିନ୍ନ ଦେଶରେ ଟିକାକରଣ ଚାଲିଛି। ଟିକାର ଦୁଇ ଡୋଜ୍‌ ନେଉଛନ୍ତି ଲୋକେ। କିନ୍ତୁ ଋଷର ଭ୍ୟାକସିନ୍‌ ପ୍ରସ୍ତୁତକାରୀ କମ୍ପାନୀ ସ୍ପୁଟନିକ୍‌ ଟିକାକୁ ନେଇ ଗୁରୁବାର ବଡ଼ ଘୋଷଣା କରିଛି। ଏବେ ଗୋଟିଏ ଡୋଜ୍‌ରେ କରୋନା ଚିତ୍‌ ହେବ ବୋଲି କମ୍ପାନୀ ଦାବି କରିଛି।  ସ୍ପୁଟନିକ୍‌ ଭିର ଲାଇଟ୍‌ ଭର୍ସନର ସିଙ୍ଗଲ ଡୋଜ୍‌ କରୋନାକୁ ହରାଇବା ପାଇଁ ପର୍ଯ୍ୟାପ୍ତ। କରୋନା ବିରୋଧରେ ସିଙ୍ଗଲ ଡୋଜ୍‌ ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ।

ଏହା ସହ ଦୁଇ ଡୋଜ୍‌ ତୁଳନାରେ ସିଙ୍ଗଲ ଡୋଜ୍‌ ଅଧିକ ପ୍ରଭାବଶାଳୀ। ସ୍ପୁଟନିକ୍‌ର ଏହି ଲାଇଟ୍‌ ଭର୍ସନ ଟିକାକୁ ଋଷ ସରକାର ମଞ୍ଜୁରୀ ଦେଇଛନ୍ତି। ଏକକ ଡୋଜ୍‌ ବ୍ୟବହାର ଆରମ୍ଭ ହେବା ପରେ ଟିକାକରଣକୁ ଗତି ମିଳିବ। ଏହା ସହ କରୋନା ସହ ଲଢ଼େଇରେ ସୁବିଧା ହେବ। କମ୍ପାନୀ ପକ୍ଷରୁ ଦାବି କରାଯାଇଛି, ଭ୍ୟାକସିନ୍‌ର ଲାଇଟ୍‌ ଭର୍ସନ ଡୋଜ୍‌ର ପ୍ରଭାବ ମୋଟାମୋଟି ଭାବେ ୭୯.୪ ପ୍ରତିଶତ ରହିଛି। ୯୧.୭ ପ୍ରତିଶତ ଲୋକଙ୍କ ଶରୀରରେ କେବଳ ୨୮ ଦିନରେ କରୋନା ବିରୋଧରେ ଲଢ଼େଇ ପାଇଁ ଆଣ୍ଡିବଡି ତିଆରି ହୋଇପାରୁଛି।

wp:embed {"url":"https://twitter.com/ANI/status/1390282546785644544","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1390282546785644544
/wp:embed

କିନ୍ତୁ ପୂର୍ବରୁ ରୋଗ ପ୍ରତିରୋଧକ ଶକ୍ତି ଥିବା ୧୦୦ ପ୍ରତିଶତ ଲୋକଙ୍କ ଶରୀରରେ ସିଙ୍ଗଲ ଡୋଜ୍‌ରେ କେବଳ ୧୦ ଦିନରେ ଆଣ୍ଟିବଡି  ସ୍ତର ୪୦ ଗୁଣ ବୃଦ୍ଧିପାଉଛି। ନିକଟରେ ଭାରତ ସରକାର ଋଷ କରୋନା ଭ୍ୟାକସିନ୍‌ ସ୍ପୁଟନିକ-ଭିକୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହା ପରେ ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଡୋଜ୍‌ ଭାରତରେ ପହଞ୍ଚିଛି।  ପ୍ରଥମ ଫେଜ୍‌ରେ ଦେଢ଼ ଲକ୍ଷ ଡୋଜ୍‌ ଆସିଥିବା ବେଳେ ଆଗକୁ ଆହୁରି ଡୋଜ୍‌ ଭାରତରେ ପହଞ୍ଚିବ। ତୃତୀୟ ଭ୍ୟାକସିନ୍‌ ଭାବେ ଭାରତରେ ସ୍ପୁଟନିକ-ଭି ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.