ୱାର୍ଲଡ ଚେସ୍ ଅଲିମ୍ପିଆଡରେ ଇତିହାସ ରଚିଲା ଭାରତ,ଜିତିଲା ପ୍ରଥମ ଗୋଲ୍ଡ ମେଡାଲ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୮:  ଭାରତୀୟ ଚେସ୍‌ ଟିମ୍‌ ଅନଲାଇନ୍‌ ବିଶ୍ୱ ଚେସ୍ ଚାମ୍ପିୟନସିପ୍‌ରେ ପ୍ରଥମ ଥର ଗୋଲ୍ଡ ମେଡାଲ ହାତେଇଛି। ଇଣ୍ଟରନେଟ୍‌ ଓ ସର୍ଭରରେ ଗଡବଡି ଯୋଗୁ ଉଭୟ ଭାରତ ଓ ଋଷକୁ ଚେସ୍ ଅଲିମ୍ପିଆଡରେ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି।  ତେବେ ପ୍ରଥମେ ଋଷିଆକୁ ବିଜେତା ଘୋଷଣା କରାଯାଇଥିଲା। କାରଣ ଭାରତର ଦୁଇ ଖେଳାଳି ନିହାଲ ସରିନ୍‌ ଓ ଦିବ୍ୟା ଦେଶମୁଖ ସର୍ଭର ସହ ସଂଯୁକ୍ତ ହୋଇ ନ ପାରିବାରୁ ସମୟ ହରାଇଥିଲେ।

wp:html /wp:html

ତେବେ ଭାରତ ଏହି ବିବାଦସ୍ପଦ ନିଷ୍ପତ୍ତି ଉପରେ ନିଜର ଆପତ୍ତି କରିଥିଲା। ଏଣୁ ସମୀକ୍ଷା କରାଯାଇ ଭାରତକୁ ମଧ୍ୟ ବିଜେତା ଘୋଷଣା କରାଯାଇଛି। ବିଶ୍ୱ ଚେସ୍ ଅଲିମ୍ପିଆଡରେ ଭାରତର ଏହି ବିଜୟକୁ ନେଇ ଚେସ୍ ମାଷ୍ଟର ବିଶ୍ୱନାଥ ଆନନ୍ଦ ମଧ୍ୟ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। କୋଭିଡ-୧୯ ଯୋଗୁ ବିଶ୍ୱ ଚେସ୍ ମହାସଂଘ (ଫିଡେ) ପ୍ରଥମ ଥର ଅଲିମ୍ପିଆଡର ଅନଲାଇନ୍ ଆୟୋଜନ କରିଥିଲେ। ମ୍ୟାଚ୍‌ ନେଇ ବିଶ୍ୱ ସଂସ୍ଥା ଟ୍ୱିଟ୍‌ କରିଥିବା ବେଳେ ଫିଡେ ଅଧ୍ୟକ୍ଷ ଅର୍କାଡୀ ଡୋଭରକୋଭିଚ୍ ଭାରତ ଓ ଋଷିଆକୁ ଯୁଗ୍ମ ବିଜେତା ଘୋଷଣା କରିଛନ୍ତି।

wp:html /wp:html

ଫାଇନାଲର ପ୍ରଥମ  ରାଉଣ୍ଡ ମ୍ୟାଚ୍‌ ୩-୩ରେ ବରାବର ଥିଲା। ୬ଟି ବାଜି ଏହପରି ବ୍ୟତୀତ ହେବା ପରେ ଦ୍ୱିତୀୟ ରାଉଣ୍ଡକୁ ୪.୫-୧.୫ରେ ଭାରତ ଜିତିଛି। ଋଷିଆ ପକ୍ଷରୁ  ଆନ୍ଦ୍ରେଇ ଏସପିଙ୍କୋ ଭାରତର ସରିନଙ୍କୁ ଓ ପୋଲିନା ସୁଭାଲୋଭା ଦେସମୁଖଙ୍କ ଉପରେ ବିଜୟ ହାସଲ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଭାରତୀୟ ଟିମ୍‌ ଖରାପ ନେଟ୍ କନେକ୍ସନକୁ ଦାୟି କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.