ପାକିସ୍ତାନ ସହ ମିଶି ଭାରତକୁ ଝଟକା ଦେଲା ରୁଷ !

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୦୬।୧୧: ରୁଷ ଓ ପାକିସ୍ତାନ ମଧ୍ୟରେ ନିକଟତର ଲଗାତାର ବଢିବାରେ ଲାଗିଛି। ରୁଷ ସେନାର ଏକ ଦଳ ଗୁରୁବାର ମିଳିତ ସମରାଭ୍ୟାସ ପାଇଁ ପାକିସ୍ତାନ ପହଞ୍ଚିଛନ୍ତି। ପାକିସ୍ତାନ ଓ ରୁଷର ସେନା ଏହି ମିଳିତ ସମରାଭ୍ୟାସକୁ DRUHZBA-5(ଦ୍ରଜବା) ନାମ ଦିଆଯାଇଛି।

ପାକିସ୍ତାନ ସେନା ଟ୍ଵିଟ୍ କରି ଏହି ସୂଚନା ଦେଇଛି। ପାକ୍‌ ସେନା ତରଫରୁ କୁହାଯାଇଛି ଯେ ପାକିସ୍ତାନ ଓ ରୁଷ ମଧ୍ୟରେ ଏହା ପଞ୍ଚମ ମିଳିତ ସୈନ୍ୟ ଅଭ୍ୟାସ। ଏହି ଯୁଦ୍ଧାଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି ଅଭ୍ୟାସର ଉଦ୍ଦେଶ୍ୟ ଆତଙ୍କବାଦର ମୁକାବିଲାରେ ଦୁଇ ଦେଶର ସେନା ପରସ୍ପର ମଧ୍ୟରେ ଅନୁଭବ ଏବଂ ସୂଚନା ଆଦାନ ପ୍ରଦାନ କରିବେ।

{"id":357118,"sizeSlug":"large"}

ପାକିସ୍ତାନ ସେନାର ମିଡିଆ ଓ୍ଵିଙ୍ଗ ଅନୁଯାୟୀ, ଏହି ସୈନ୍ୟ ଅଭ୍ୟାସରେ ସ୍କାଇ ଡାଇଭିଙ୍ଗ ଏବଂ ବନ୍ଧକରୁ ମୁକ୍ତ କରିବା ଅଭ୍ୟାସ କରାଯିବ। ୨୦୧୬ରୁ ପାକିସ୍ତାନ-ରୁଷର ସେନା ମିଳିତ ଯୁଦ୍ଧାଭ୍ୟାସ କରି ଆସିଛନ୍ତି। ଏଥିରେ ଆତଙ୍କବାଦ ବିରୋଧୀ ଏବଂ ସ୍ଵତନ୍ତ୍ର ସୈନ୍ୟ ଅପରେସନ ସାମିଲ।

କିନ୍ତୁ ରୁଷର ପାକିସ୍ତାନ ସହିତ ସମରାଭ୍ୟାସକୁ ଭାରତ ବିରୋଧ କରି ଆସିଛି। ଭାରତ ରୁଷ ସାମ୍ନାରେ ଅନେକ ଥର ଆପତ୍ତି ପ୍ରକାଶ କରିଛନ୍ତି। ଆତଙ୍କବାଦକୁ ସଂରକ୍ଷଣ ଦେଉଥିବା ପାକିସ୍ତାନ ସହିତ ସୈନ୍ୟ ସହଯୋଗ କରିବା ଭୁଲ ଏବଂ ଏଥିରେ ସମସ୍ୟା ବଢିବ ବୋଲି ଭାରତ କହି ଆସିଛି।

{"id":357119,"sizeSlug":"large"}

ହେଲେ ରୁଷ ଭାରତର ଏହି ଆପତ୍ତିକୁ ଅଣଦେଖା କରି ଆସିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ସେନା ରୁଷର ସହର ‘ଅସତରାଖନରେ କାବକାଜ ୨୦୨୦’ ସୈନ୍ୟ ଅଭ୍ୟାସରେ ମଧ୍ୟ ଯୋଗ ଦେଇଥିଲେ। ଏହି ସୈନ୍ୟ ଅଭ୍ୟାସରେ କଜାକିସ୍ତାନ, କିର୍ଗିସ୍ତାନ, ତଜାକିସ୍ତାନ ଓ ଉଜବେକିସ୍ତାନ ମଧ୍ୟ ଯୋଗ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.