Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ଖୁସି ଖବର : ଆସନ୍ତା ମାସରେ ରୁଷରେ ଆରମ୍ଭ ହେବ କୋଭିଡ-୧୯ ଭ୍ୟାକସିନର ଉତ୍ପାଦନ

4/08/2020 at 12:07 PM

ନୂଆଦିଲ୍ଲୀ ୪/୮: କରୋନା ଭାଇରସ୍ ଆତଙ୍କ ମଧ୍ୟରେ ଏକ ଭଲ ଖବର ରହିଛି। ରୁଷ ଆସନ୍ତା ମାସରେ କରୋନା ଭ୍ୟାକସିନ ବହୁଳ ସଂଖ୍ୟାରେ ଉତ୍ପରଦନ କରିବାକୁ ଯାଉଛି। ବିଶ୍ବବ୍ୟାପି କରୋନା ଭ୍ୟାକସିନକୁ ନେଇ ଟ୍ରାୟଲ୍ ଜାରି ରହିଛି। ସୋମବାର ରୁଷ କହିଛି ଯେ ତା’ର ଲକ୍ଷ୍ୟ ଆସନ୍ତା ମାସରେ କରୋନା ଭ୍ୟାକସିନ ବହୁଳ ମାତ୍ରାରେ ଉତ୍ପାଦନ ଆରମ୍ଭ କରିବା ଏବଂ ଆସନ୍ତା ବର୍ଷ ଯାଏଁ ପ୍ରତି ମାସ ଅନେକ ମିଲିୟନ ଡୋଜ ପ୍ରସ୍ତୁତ କରିବାର ଅଛି।

ଅଧିକାରୀମାନେ କହିଛନ୍ତି ଯେ ଦେଶରେ କରୋନା ଭ୍ୟାକସିନର ଟ୍ରାୟଲ୍ ଜୋରସୋରରେ ଚାଲିଛି ଏବଂ ରୁଷର ରାଜଧାନୀ ମସ୍କୋରେ ଗମାଲେୟା ସଂସ୍ଥାର ଟ୍ରାୟଲ୍ ଆଡଭାନ୍ସ ଷ୍ଟେଜ୍ ଯାଏଁ ପହଞ୍ଚି ଯାଇଛି ଏବଂ ଖୁବ୍ ଶୀଘ୍ର ହିଁ ରାଜ୍ୟ ରେଜିଷ୍ଟେସନର ପ୍ରକ୍ରିୟା ପୂରା ହୋଇଯିବ।

ଏକ ସାକ୍ଷାତାରରେ ରୁଷର ଉଦ୍ୟୋଗ ମନ୍ତ୍ରୀ ଡେନିସ୍ ମଣ୍ଟୁରୋବ କହିଛନ୍ତି ଯେ ଆମେ ସେପ୍ଟେମ୍ବର ମାସରେ ବହୁଳ ମାତ୍ରାରେ ଭ୍ୟାକସିନ ଉତ୍ପାଦନ ଆରମ୍ଭ କରିବାର ଆଶା କରୁଛୁ।

ଏହି ଭ୍ୟାକସିନକୁ ଫାଇନାନ୍ସ କରୁଥିବା କମ୍ପାନୀ ରୁଷି ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ପ୍ରମୁଖ କହିଛନ୍ତି ଯେ ଆଶା ରହିଛି ଯେ କୋଭିଡ-୧୯ ଭ୍ୟାକସିନର ପଞ୍ଜୀକରଣ ୧୦ଦିନ ଭିତରେ ପୂରା ହେବ।

   Related Posts