ଦୂତାବାସ ଆଗରେ ପଡିଥିଲା ଋଷ ଅଧିକାରୀଙ୍କ ମୃତଦେହ, ଜର୍ମାନୀ କହିଲା- 'ପୁଟିନଙ୍କ ସିକ୍ରେଟ୍ ଏଜେଣ୍ଟ୍'

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧:  ଗତ ମାସରେ ବର୍ଲିନରେ ଥିବା ଋଷର ଦୂତାବାସ ସାମ୍ନାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ତେବେ ମୃତକ ଜଣଙ୍କ ଗୁପ୍ତଚର ବୋଲି ଜର୍ମାନ ସୁରକ୍ଷା ବାହିନୀ ପ୍ରକାଶ କରିଛି  । ମୃତକଜଣଙ୍କ ଋଷ ଏଫଏସବିର ସଦସ୍ୟର ବୋଲି ଅନୁମାନ କରାଯାଉଛି ।

ସୂଚନାନୁସାରେ, ଗତ ମାସ ୧୯ ତାରିଖରେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ଯାହା ବର୍ଲିନରେ ଅବସ୍ଥିତ ଋଷ ଦୂତାବାସ ସାମ୍ନାରେ ପଡିଥିଲା । ଦୂତାବାସର ଉପର ମହଲାରୁ ପଡି ସେ ପ୍ରାଣ ହରାଇଥିଲେ । ତେବେ ସେ କିପରି ପଡିଥିଲେ ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।

ଡେର୍ ସ୍ପିଗଲ୍ ମାଗାଜିନ୍ ଅନୁସାରେ, ପ୍ରଥମେ ଋଷ ଦୂତାବାସ ମୃତକଜଣଙ୍କୁ ନିଜର କର୍ମଚାରୀ ବୋଲି କହିଥିଲା । ତେବେ ଆଉ କିଛି ଅଧିକା ତଥ୍ୟ ଦେବାକୁ ଦୂତାବାସ ମନା କରିଦେଇଥିଲା । କିନ୍ତୁ ଜର୍ମାନୀ ସୁରକ୍ଷା ବାହିନୀ ଅଲଗା କଥା କହୁଛି । ଋଷିଆ ଗୁଇନ୍ଦା ସଂସ୍ଥାର ସେ ଏଜେଣ୍ଟ୍ । ଏହାସହ ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବୋଲି ଜର୍ମାନୀ କହିଛି ।

ତେବେ କ୍ରେମଲିନ୍ ମୃତ୍ୟୁ ସହ ଦୂତାବାସର କୌଣସି ସମ୍ପର୍କ ନଥିବା ସଫେଇ ଦେଇଛି । ଏପରିକି ଋଷ୍ ଦୂତାବାସ ମଧ୍ୟ ମୃତ ଅଧିକାରୀ ଗୁପ୍ତଚର ନୁହେଁ ବୋଲି କହିଛି । ଆହୁରି ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମିଛ । ଏଥିରେ କୌଣସି ସତ୍ୟତା ନଥିବା ଋଷ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.