ବିଶ୍ୱର ପ୍ରଥମ କରୋନା ଔଷଧ ଆଭିଫାଭିର୍, ଋଷର କ୍ଲିନିକ୍ ଓ ଡାକ୍ତରଖାନାରେ ଖାଇଲେ ରୋଗୀ

Published By : Prameya-News7 Bureau | June 12, 2020 IST

ମସ୍କୋ, ୧୨|୦୬:  ମରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ ଏବେସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଚୀନରୁ ସୃଷ୍ଟ ଏହି ଭାଇରସ ସାରା ବିଶ୍ୱରେ ନିଜର କାୟା ମେଲାଇଛି । ଏହି ଭାଇରସର କୌଣସି ଭାକସିନ୍ ନଥିବାରୁ ମୃତ୍ୟୁସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଏହି ଭାଇରସରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଋଷ ପ୍ରଥମ ଦେଶ ଭାବେ ଔଷଧକୁ ପ୍ରଚଳନ କରିଛି । ଏହି ଔଷଧକୁ ଋଷ ସରକାର ଅନୁମୋଦନ ମଧ୍ୟ କରିଛନ୍ତି ।

ଋଷ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ଔଷଧର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ।ଏହି ଔଷଧର ନାମ ହେଉଛି  ଆଭିଫାଭିର୍ । ଚେମରାର୍ ଏହାକୁ ପ୍ରସ୍ତୁତ କରିଛି । ଏହି ଔଷଧସଫଳ ହେବା ପରେ ଚେମରରକୁ ଅଧିକରୁ ଅଧିକ ସଂଖ୍ୟାରେ ଔଷଧ ତିଆରି ପାଇଁ କୁହାଯାଇଛି । ଏବେ ପ୍ରାୟ ୧୦ରୁ ଅଧିକ ଦେଶ ଏହି ଔଷଧର ଆମଦାନୀ ପାଇଁ ଋଷକୁ ଅନୁରୋଧ କରିସାରିଛନ୍ତି ।ଏବେ ଯେଉଁ ପରିମାଣରେ ଔଷଧ ପ୍ରସ୍ତୁତ କରାଯାଇଛି ସେଥିରେ ମାସରୁ ପ୍ରାୟ ୬୦ ହଜାର ଲୋକଙ୍କର ଚିକିତ୍ସା ହୋଇପାରିବ ।

ପୂର୍ବରୁ ଏହି ମହାମାରୀକୁ ମାତ୍ ଦେବା ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିରେ ତିଆରି ହୋଇଛି ଭାକସିନ୍ । ଏହି ଭାକସିନକୁ ଏବେସୁଦ୍ଧା ବିଭିନ୍ନ ଦେଶରୁ ୪୦୦ ବିଲିୟନ ଅର୍ଡର ମିଳିସାରିଲାଣି । ତେବେ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦୦ କୋଟି ଭାକସିନ୍ ପ୍ରସ୍ତୁତ ହୋଇପାରିବ ବୋଲି କହିଛି ଔଷଧ ନିର୍ମାତା ଆଷ୍ଟ୍ରାଜେନେକା ନାମକ ଏକ କମ୍ପାନୀ ।

ଆଷ୍ଟ୍ରାଜେନେକା ନିକଟରେ କହିଥିଲା ଯେ,  ଏବେସୁଦ୍ଧା ଅନେକ ଦେଶ ଅର୍ଡର ଦେଇଛନ୍ତି । କିନ୍ତୁ ଆଉ ବେଶୀ ଅର୍ଡର ରଖିବା ସମ୍ଭବପର ନୁହେଁ । ଏହାର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ୍ କିଛି ଦିନ ମଧ୍ୟରେ ଆସିଯିବ । ତୃତୀୟ ପର୍ଯ୍ୟାୟରେ ଏହାକୁ ୩୦ ହଜାରଜଣଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଛି ।  ଏହାସଫଳ ହେଲେ ଅନ୍ୟ ଦେଶରେ ଏହାକୁ ଟ୍ରାଏଲ କରାଯିବ । ସେପ୍ଟେମ୍ବର ସୁଦ୍ଧା ଇଂଲଣ୍ଡରେ ୩୦ ମିଲିୟନ ଲୋକଙ୍କୁ ଭାକସିନ୍ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଉଛି ।

ସେହିପରି ଆମେରିକାର ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ମଧ୍ୟ କରୋନା ଔଷଧର ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.