ଓ୍ୱାର୍ଲ୍ଡ ଓ୍ୱାର ଫ୍ରିଜ୍ : ଆମେରିକା ସୀମାରେ ଦୀର୍ଘ ବର୍ଷ ପରେ ପୁଟିନଙ୍କ ବିରାଟ ସମରାଭ୍ୟାସ, ଆଣବିକ ଯୁଦ୍ଧ ଜାହାଜ ଓ ବିମାନ ସାମିଲ

Published By : Prameya-News7 Bureau | August 30, 2020 IST

ମସ୍କୋ, ୩୦|୦୮:   ଋଷ ନୌସେନା ଆଲାସ୍କା ଉପକୂଳ ନିକଟରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏହାସହ ନୌସେନାର ୧୨ରୁ ଅଧିକ ଲଢୁଆ ବିମାନ ଆଲାସ୍କା ତଟବର୍ତ୍ତୀ ଅଞ୍ଚଳରେ ଚକ୍କର କାଟିଛି । ଏହି ଅଞ୍ଚଳରେ ଋଷ ପକ୍ଷରୁ ଏହା ସବୁଠାରୁ ବଡ ସମରାଭ୍ୟାସ ବୋଲି କୁହାଯାଉଛି ।

ଋଷ ନୌସେନା ମୁଖ୍ୟ ନିକୋଲାଇ ୟେଭମୋନଭ୍ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏପରି ବିରାଟ ସମରାଭ୍ୟାସର ଆୟୋଜନ କରାଯାଇଛି । ଆଟଲାଣ୍ଟିକ୍ ମହାସାଗରରେ ନିଜର ଦବଦବା ଜାହିର କରିବାକୁ ଏହି ଯୁଦ୍ଧାଭ୍ୟାସ କରାଯାଇଛି ।

{"id":322505,"sizeSlug":"large"}

ଏପରିକି ମେରୁ ଅଞ୍ଚଳରେ ମଧ୍ୟ ଋଷ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି । ଗତ କିଛି ବର୍ଷ ହେଲା ଏହି ଅଞ୍ଚଳରେ ଋଷ ସକ୍ରିୟ ରହିଛି । ଏହିସବୁ ସ୍ଥାନରେ ରନ୍ ଓ୍ୱେ ଓ ବିମାନ ଘାଟି ଆଦି ପ୍ରସ୍ତୁତ କରିଛି । ଏବେ ଆଟଲାଣ୍ଟିକ୍ ମହାସାଗରୀୟ ଅଞ୍ଚଳ ଉପରେ ବେଶୀ ଫୋକସ୍ କରୁଛି । ଏହି ଅଞ୍ଚଳ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୩୦ ଟ୍ରିଲିୟନ ଡଲାର ନିବେଶ କରିବେ ବୋଲି ଯୋଜନା ରଖିଛନ୍ତି ।

{"id":322506,"sizeSlug":"large"}

ଏହି ଯୁଦ୍ଧାଭ୍ୟାସରେ ଓଏମଏସକେ ନ୍ୟୁକ୍ଲିଆର ବା ଆଣବିକ ଯୁଦ୍ଧପୋତ, ଜାହାଜ, ଭାରୟାଗ ମିସାଇଲ କ୍ରୁଜର ଆଦି ସାମିଲ ହୋଇଥିଲେ । ରିପୋର୍ଟ ଅନୁସାରେ, ଋଷ ବାୟୁସେନା ପ୍ରାୟ ୫ ଘଣ୍ଟା ଧରି ଏହି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା । ଏପରିକି କାନାଡା ଓ ଆମେରିକାର ଅନ୍ତରାଷ୍ଟ୍ରୀୟ ସୀମାରେଖା ନିକଟରେ ମଧ୍ୟ ପଇଁତରା ମାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.