ଭାରତରେ ପ୍ରସ୍ତୁତ ହେବ ଋଷ୍‌ର କରୋନା ଭାକସିନ୍ ! ଆରମ୍ଭ ହେଲାଣି କଥାବାର୍ତ୍ତା

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ, ୧୫|୦୮:  ଋଷ କରୋନା ଭାକସିନ୍ ପ୍ରସ୍ତୁତ କରିଥିବା ଦାବି କରିଛି । ସ୍ପୁଟନିକ୍-ଭି ପ୍ରତି ଅନେକ ଭାରତୀୟ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ଭାରତୀୟ କମ୍ପାନୀ ଋଷିୟାନ ଡାଇରେକ୍ଟର ଇନଭେଷ୍ଟମେଣ୍ଟ ଫଣ୍ଡ ବା ଆରଡିଆଇଏଫକୁ ଭାକସିନର ଫେଜ-୧ ଓ ଫେଜ୍-୨ କ୍ଲିନିକାଲ ଟ୍ରାଏଲ ସହ ଜଡିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି ।

ଆରଡିଆଇଏଫ ଋଷର ପୁଞ୍ଜି ନିବେଶକାରୀ ସଂସ୍ଥା । ଏହି ସଂସ୍ଥା କରୋନା ଭାକସିନ୍ ସ୍ପୁଟନିକ-ଭିର ଗବେଷଣା ଓ ଟ୍ରାଏଲ ପାଇଁ ଫଣ୍ଡିଂ କରିଛି । ଏହାପାଖରେ ଭାକସିନର ମାର୍କେଟିଂ ଓ ରପ୍ତାନୀର ଅଧିକାର ରହିଛି ।ଏହା ବିଶ୍ୱର ପ୍ରଥମ ରେଜିଷ୍ଟର କରୋନା ଭାକସିନ୍ ।ଭାରତରେ ମଧ୍ୟ ଏହି ଭାକସିନର ଉତ୍ପାଦନ ହୋଇପାରେ । ଏହାକୁ ରପ୍ତାନୀ ଓ ଘରୋଇ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରେ । ଏନେଇ ମସ୍କୋରେ ଥିବା ଭାରତୀୟ ଦୂତାବାସର ସୂତ୍ରରୁ ସୂଚନା ମିଳିଛି ।

ଋଷ ଦୂତାବାସର ସୂତ୍ରାନୁସାରେ, ଭାରତୀୟ କମ୍ପାନୀ ଭାକସିନକୁ ନେଇ ଆରଡିଆଇଏଫ ସହ ସମ୍ପର୍କ କରିଛନ୍ତି । ଏହାସହ ଫେଜ୍-୧ ଓ ପେଜ୍-୨ ଟ୍ରାଏଲକ ଟେକନିକ୍ ବାବଦରେ ତଥ୍ୟ ମାଗିଛନ୍ତି । ଏହାପରେ ସରକାରଙ୍କ ତରଫରୁ ଜରୁରୀ ଅନୁମତି ମିଳିଲେ ଏହାକୁ ଅନ୍ୟ କୌଣସି ଦେଶକୁ ପ୍ରଦାନ କରାଯିବ । ଏପରିକି ରପ୍ତାନୀ ବାବଦରେ ମଧ୍ୟ ବିଚାର କରାଯିବ ।

ଗତ ମଙ୍ଗଳବାର ଋଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଭାକସିନ୍ ରେଜିଷ୍ଟର କରିଥିଲା । ଏହାକୁ ଋଷର ମାଇକ୍ରୋ ବାୟୋଲୋଜି ରିସର୍ଚ୍ଚ ସେଣ୍ଟର ଗମଲେୟା ପ୍ରସ୍ତୁତ କରିଛି । ବୁଧବାର ଏହାର କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.