ଋଷକୁ ଚେକ୍ ଦେବ ଆମେରିକା, ୟୁକ୍ରେନ ସୀମାକୁ ପଠାଇବ ସୈନ୍ୟ ବାହିନୀ

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ, ୦୭/୧୨:  ୟୁକ୍ରେନ ଓ ଋଷ ମଧ୍ୟରେ ସୀମା ବିବାଦ ଥମିବାର ନାଁ ନେଉନାହିଁ । ଏହାମଧ୍ୟରେ ଆମେରିକାର ବୟାନ ନିଆଁରେ ଘିଅ ଢାଲିବା ଭଳି ସାବ୍ୟସ୍ତ ହେଉଛି । କିଛି ଦିନ ହେଲା ଆମେରିକା ଓ ନାଟୋ ୟୁକ୍ରେନକୁ ସାମରିକ ଓ ଆର୍ଥିକ ସାହାଯ୍ୟ କରୁଛନ୍ତି । ଯାହାକୁ ନେଇ ଖପ୍ପା ଭ୍ଲାଦିମିର ପୁଟିନ୍ ।ତେବେ ସୋମବାର ଦରକାର ହେଲେ ୟୁକ୍ରେନକୁ ନିଜର ସୈନ୍ୟ ପଠାଇବ ବୋଲି କହିଛି ଆମେରିକା  ।

ଏକ ସାଟେଲାଇଟ୍ ଇମେଜ୍ ଅନୁସାରେ, ଋଷ କ୍ରିମିୟାର ପଶ୍ଡିମ ପ୍ରାନ୍ତରେ ବ୍ୟାପକ ଫୋର୍ସ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ଯାହାକୁ ନେଇ ଆମେରିକାର ଚିନ୍ତା ବଢିଛି । ଏହି ଫଟୋ ପୁଟିନ୍ ଓ ଜୋ ବାଇଡେନ୍ ପରସ୍ପର ସହ ଭିଡିଓ କନଫରେନ୍ସିଂରେ କଥା ହେବା ପୂର୍ବରୁ ସାମ୍ନାକୁ ଆସିଛି ।

wp:html /wp:html

ଏ ଖବରକୁ ନେଇ ଦ୍ୱାଇଟ୍ ହାଉସ ସଚିବ ଜେନ୍ ସାକି କହିଛନ୍ତି ଯେ, ୟୁକ୍ରେନକୁ ସାହାଯ୍ୟ କରିବା ସେ ବନ୍ଦ କରିବ ନାହିଁ । ୟୁକ୍ରେନକୁ ନାଟୋରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଯଦି ଋଷିଆ ଆକ୍ରମଣ କରେ ଆମେରିକା ଚୁପ୍ ବସିବନି । ଆମେରିକା ଯୁଦ୍ଧକୁ ଓହ୍ଲାଇବ । ତେବେ ବାଇଡେନ୍ ଓ ପୁଟିନଙ୍କ ବୈଠକ ପୂର୍ବରୁ ସେ ବେଶୀ କିଛି କହିବେ ନାହିଁ । ବୈଠକ ପରେ ସମସ୍ତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଋଷ ଅତିଶୀଘ୍ର ୟୁକ୍ରେନ ସୀମାରୁ ପଛକୁ ହଟିବା ଆବଶ୍ୟକ । ବିବାଦକୁ କୁଟନୈତିକ ସ୍ତରରେ ସମାଧାନ ପାଇଁ ଆମେରିକା ଚେଷ୍ଟା କରିବ । ଏହା ସତ୍ତ୍ୱେ ଋଷ୍ ନମାନି ଆକ୍ରମଣ କଲେ ୟୁରୋପୀୟ ସଙ୍ଘ ଋଷ ସହ କାରବାର ଠପ୍ କରିବେ, ଯଦ୍ୱାରା ଋଷର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.