Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ, ମସ୍କୋର ଦାବି- ‘ଖୁବ୍ ଶୀଘ୍ର ଆସାଦ ବିରୋଧିଙ୍କୁ କରାଯିବ ନିପାତ’

20/04/2021 at 3:42 PM

ସିରିୟା,୨୦/୦୪: ଋଷ୍‌ର ଏୟାରଷ୍ଟ୍ରାଇକ୍ । ସିରିୟା ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣରେ ୨୦୦ ବିଦ୍ରୋହୀ ଓ ଆଇଏସ ଆତଙ୍କବାଦୀ ପ୍ରାଣ ହରାଇଥିବା ଦାବି କରାଯାଉଛି । ସୋମବାର ଏନେଇ ଋଷ୍ ସେନା ପକ୍ଷରୁ କୁହାଯାଇଛି ।

ସେନାଧିକାରୀ ଆଲେକଜାଣ୍ଡର୍ କାରପୋଭ୍ କହିଛନ୍ତି ଯେ, ସିରିୟାର ପାଲମିରା ଅଞ୍ଚଳରେ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏଠାରେ ଥିବା ବିଦ୍ରୋହୀଙ୍କ ଦୁଇଟି କ୍ୟାମ୍ପ୍ ଉପରେ ଆକ୍ରମଣ କରାଯାଇଥିଲା । ଏହାଦ୍ୱାରା ୨୦୦ ଜଣ ପ୍ରାଣ ହରାଇଥିବା ବେଳେ ୨୪ଟି ଗାଡି ଧ୍ୱଂସ ହୋଇଯାଇଛି  । ସେହିପରି ୫୦୦ କେଜିର ବିସ୍ପୋରକକୁ ନଷ୍ଟ କରାଯାଇଛି । ଏହି କ୍ୟାମ୍ପରେ ସିରିୟାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିଲା ।

ଋଷ୍ ୨୦୧୫ରୁ ସିରିୟାରେ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଋଷ ସରକାର ସିରିୟା ରାଷ୍ଟ୍ରପତି ବାସର ଆସାଦଙ୍କ ସରକାରକୁ ସମର୍ଥନ କରନ୍ତି ।

ସିରିୟାନ୍ ଅବଜରଭେଟାରୀ ଫର୍ ହ୍ୟୁମାନ ରାଇଟସ୍ ଏହି ଏୟାର ଷ୍ଟ୍ରାଇକକୁ ଗୁରୁତର ସହ ନେଇଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ହୋଇଥିବା ଏହି ଷ୍ଟ୍ରାଇକରେ ୨୬ ଆଇଏସ ଆତଙ୍କୀ ପ୍ରାଣ ହରାଇଥିବା ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।

   Related Posts