Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କାହିଁକି ପଛକୁ ହଟିଲା ରୁଷ ? ତାଲିବାନର ସରକାର ଗଠନ ସମାରୋହରେ ହେବନି ସାମିଲ

10/09/2021 at 6:20 PM

ମସ୍କୋ ୧୦/୦୯: ତାଲିବାନ ସରକାର ଗଠନ ସମାରୋହରେ ସାମିଲ ହେବନି ରୁଷ। କ୍ରେମାଲିନ୍‌ରେ ଥିବା ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଏହା ପୂର୍ବରୁ ରୁଷ ସଂସଦର ପ୍ରବକ୍ତା କହିଥିଲେ, ଦେଶର ରାଷ୍ଟ୍ରଦୂତ ସ୍ତରୀୟ ଅଧିକାରୀମାନେ ତାଲିବାନ ସରକାର ଗଠନ ସମାରୋହରେ ଯୋଗ ଦେବେ। ସେପଟେ ତାଲିବାନ ନିଜର ଶପଥ ଗ୍ରହଣ ଉତ୍ସବରେ ସାମିଲ ପାଇଁ ବଛା ବଛା ଦେଶକୁ ନିମନ୍ତ୍ରଣ ଦେଇଥିଲା। 

ସେଥିମଧ୍ୟରୁ ଗୋଟିଏ ଦେଶ ରୁଷ ମଧ୍ୟ ଥିଲା। ତେବେ ରୁଷ କାହିଁକି ଏହି କାର୍ଯ୍ୟକ୍ରମ ବର୍ଜନ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସରକାର ଗଠନ କରିବା ନେଇ ଘୋଷଣା ପରଠୁ ତାଲିବାନର ବ୍ୟବହାର ଦେଖି ହୁଏତ ରୁଷ ପାଦ ପଛକୁ ନେଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତାଲିବାନ ସରକାରରେ ଏମିତି ଅନେକ ନାଁ ସାମିଲ ରହିଛି ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଓ୍ବାଣ୍ଡେଡ୍‌ ଲିଷ୍ଟରେ ରହିଛନ୍ତି।

ଏପରିକି ସେମାନଙ୍କ ମୁଣ୍ଡ ଉପରେ ମୋଟାଅଙ୍କର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି। ସରକାର ଗଠନ କାର୍ଯ୍ୟକ୍ରମକୁ ତାଲିବାନ ପାକିସ୍ତାନ, ଚୀନ, ତୁର୍କୀ, କତର, ରୁଷ ଏବଂ ଇରାନକୁ ନିମନ୍ତ୍ରଣ କରିଥିଲା। କିନ୍ତୁ ଏହି ସବୁ ଦେଶ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ହଁ ଭରିନାହାନ୍ତି ।

   Related Posts