Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଋଷ ବାହାର କଲା କରୋନା ଭାକସିନ୍, ସଫଳ ହୋଇଛି ହ୍ୟୁମାନ୍ ଟ୍ରାଏଲସ୍, ଶୀଘ୍ର ବଜାରକୁ ଆସିବ

13/07/2020 at 7:43 AM

ମସ୍କୋ, ୧୩|୦୭:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହା ମଧ୍ୟରେ ରୁଷରୁ ଏକ ଭଲ ଖବର ଆସିଛି। ପ୍ରଥମ ରାଷ୍ଟ୍ର ଭାବେ ଏହା କରୋନା ଭାକସିନ୍‌ ମାନବ ପରୀକ୍ଷଣ ଶେଷ କରିଛି। ଭାକସିନ୍‌ଟି ନିରାପଦ ପ୍ରମାଣିତ ହୋଇଛି। ଯେଉଁମାନଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇଥିଲା, ସମସ୍ତେ ସୁସ୍ଥ ଅଛନ୍ତି। ତେଣୁ କରୋନା ବିରୋଧରେ ଲଢ଼ିବା ପାଇଁ ଏହି ଭାକସିନ୍ ଶୀଘ୍ର ବଜାରକୁ ଆସିବ ବୋଲି ଆଶା ବଢ଼ିବାରେ ଲାଗିଛି।

ରୁଷର ସେଚେନୋଭ ୟୁନିଭର୍ସିଟିରେ ଏହି ଭାକସିନ୍ର ପରୀକ୍ଷା କରାଯାଇଥିଲା। ଯେଉଁ ସ୍ୱେଚ୍ଛାସେବୀଙ୍କ ଉପରେ ଏହା ପ୍ରୟୋଗ ହୋଇଥିଲା, ସେମାନେ ସମସ୍ତେ ସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ବୁଧବାର କିଛି ସ୍ୱେଚ୍ଛାସେବୀଙ୍କୁ ଡିସଚାର୍ଜ କରାଯିବାକୁ ଥିବା ବେଳେ ଜୁଲାଇ ୨୦ରେ ଅନ୍ୟମାନେ ମୁକ୍ତ ହେବେ। ଡାକ୍ତରମାନେ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ରୁଷ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ବର୍ତ୍ତମାନ ଆମେରିକା, ଚୀନ୍‌ ଓ ବ୍ରିଟେନ୍‌ ଭଳି କିଛି ହାତଗଣତି ଦେଶରେ କରୋନା ଭାକସିନ୍‌ର ଅନ୍ତିମ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି । କିନ୍ତୁ ରୁଷରୁ ହଠାତ୍‌ ଏହି ଖବର ଆସିବା ପରେ ବିଶ୍ୱବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଲେସନାଲ ମେଡିସିନ୍‌ ଆଣ୍ଡ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ବାଦିମ୍‌ ତାରାସୋଭ କହିଛନ୍ତି, ଜୁନ୍‌ ୧୮ରେ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ରୁଷର ଗାମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ଏହାକୁ ଉତ୍ପାଦନ କରାଯାଇଛି । ସଫଳତା ପୂର୍ବକ ଏହି ଭାକସିନର ସମସ୍ତ ଟ୍ରାଏଲ୍‌ ସଫଳ ହୋଇଛି ।

ସେଚେନୋଭ ୟୁନିଭର୍ସିଟିର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ପାରାସାଇଟୋଲୋଜି, ଟ୍ରପିକାଲ ଆଣ୍ଡ ଭେକ୍ଟର-ବର୍ଣ୍ଣ ଡିଜିଜେସ୍‌ର ନିର୍ଦ୍ଦେଶକ ଆଲେକ୍‌ଜାଣ୍ଡର ଲୁକାସେଭ କହିଛନ୍ତି, ଭାକସିନ୍ ନିରାପଦ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି । ବଜାରରେ ଉପଲବ୍ଧ ଥିବା ଅନ୍ୟ ଭାକସିନ୍ ଭଳି ଏହା ନିରାପଦ ପ୍ରମାଣିତ ହୋଇଛି । ଏବେ ଭାକସିନର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରାଯିବ । କରୋନା ସ୍ଥିତି କିଭଳି ରହୁଛି, ତାହାକୁ ଦୃଷ୍ଟିରେ ରଖି ଟିକାକୁ ବିକଶିତ କରାଯାଇ ପାରିବ । ସେହି ଅନୁସାରେ ଉତ୍ପାଦନ ବୃଦ୍ଧି କରାଯିବ ।

ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଦୁଇ ଗୋଷ୍ଠୀ ଲୋକଙ୍କ ଉପରେ କରୋନା ଭାକସିନ୍ ପ୍ରୟୋଗ କରାଯାଇଥିଲା । ଭାକସିନ୍ ନେବାର କିଛିଦିନ ପରେ ସେମାନଙ୍କଠାରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ପ୍ରତିରୋଧକ ଶକ୍ତି ବଢ଼ିଥିବା ଦେଖିବାକୁ ମିଳିଥିଲା । ରୁଷ ପାଇଁ ଏହା ଏକ ବଡ଼ ସଫଳତା । କାରଣ ପ୍ରଥମ ରାଷ୍ଟ୍ର ଭାବେ ରୁଷ କରୋନା ଭାକସିନ୍ ର ମାନବ ପରୀକ୍ଷଣ ଶେଷ କରିଛି । ଅନ୍ୟପକ୍ଷରେ ରୁଷରେ ବିକଶିତ ହୋଇଥିବା ବିଶ୍ୱର ଏହି ପ୍ରଥମ ଟିକାର କେବେ ସୁଦ୍ଧା ବାଣିଜ୍ୟିକ ଉତ୍ପାଦନ କରାଯାଇ ବଜାରରେ ଉପଲବ୍ଧ କରାଯିବ, ସେ ବାବଦରେ କିଛି ସ୍ପଷ୍ଟ କରାଯାଇ ନାହିଁ ।

   Related Posts