ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ପୁରୀରେ ପ୍ରବଳ ଭିଡ…

Published By : Prameya-News7 Bureau | September 28, 2019 IST

ପୁରୀ୨୮|୯: ପବିତ୍ର ମହାଳୟାରେ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ବାଇଶି ପାହାଚ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି । ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ପିତୃ ଓ ମାତୃ ଘରର ୩ ପୁରୁଷଙ୍କୁ ତିଳତର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରଦ୍ଧାଳୁ।

{"id":163706}

ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ପୁରୀରେ ଲାଗିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀମନ୍ଦିରର ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି । ବାଇଶି ପାହାଚ ସହ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶ୍ରାଦ୍ଧ ଦେଇ ପିତୃ ପୁରୁଷଙ୍କୁ ସ୍ମରଣ କରିଛନ୍ତି ।

{"id":163710}

ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ତିଥିରେ ପିଣ୍ଡଦାନ କରିବାର ପରମ୍ପରା ରହିଛି ।  ଏହାଛଡ଼ା ପିତୃପକ୍ଷ ତିଥିରେ ପିଣ୍ଡଦାନ କରିପାରିନଥିବା ଶ୍ରଦ୍ଧାଳୁମାନେ ଆଜି ପିଣ୍ଡଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ  ଦେଇଛନ୍ତି ।

{"id":163707}

ବିଶ୍ବାସ ରହିଛି ପିତୃପକ୍ଷରେ ପୂର୍ବ ପୁରୁଷ ମାନେ ଧରାବତରଣ କରୁଥିବାରୁ ଏହି ସମୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଏହି ୧୫ ଦିନ ତିଥି ଅନୁଯାୟୀ ପିତା ଓ ମାତାଙ୍କର ତିନି ପୁରୁଷଙ୍କ ସ୍ମରଣ କରାଯାଇଥାଏ। ତେବେ ମହାଳୟା ଅମାବାସ୍ୟା ଏହାର ଅନ୍ତିମ ତିଥି ହୋଇଥିବାରୁ ଏହି ଦିନ ପିଣ୍ଡଦାନ କଲେ ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ହେବା ସହ  ମୋକ୍ଷ ପ୍ରାପ୍ତି ହୋଇଥାଏ ।

{"id":163708}

ମହାଳୟାକୁ ପ୍ରତି ଓଡ଼ିଆ ବେଶ ନିଷ୍ଠାର ସହ ପାଳିଛନ୍ତି । ପୂର୍ବ ପୁରୁଷଙ୍କୁ ଶ୍ରଦ୍ଧାରେ ଶ୍ରାଦ୍ଧ ବାଢ଼ି ପରମ୍ପରା ପାଳିଛନ୍ତି ..

{"id":163709}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.