ଭୁବନେଶ୍ୱର ୦୧।୦୪: ଆଜି ପବିତ୍ର ଅଶୋକାଷ୍ଟମୀ । ହେଲେ ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ । ରୁକୁଣା ରଥଯାତ୍ରାକୁ ବନ୍ଦ କରିଛନ୍ତି ପ୍ରଶାସନ । ଲକଡାଉନ୍ ପାଇଁ ବନ୍ଦ ହେଲା ରୁକୁଣା ରଥ । ରଥଟଣା ହେବନି କି ବାହାରକୁ ଆସିବେନି ମହାପ୍ରଭୁ ଲିଙ୍ଗରାଜ । ଏହାସହ ମଙ୍ଗଳବାର ଲିଙ୍ଗରାଜଙ୍କ ରଥ ପ୍ରତିଷ୍ଠା ମଧ୍ୟ ବନ୍ଦ ରହିଛି । ସବୁ ନିଯୋଗକୁ ଏନେଇ ଚିଠି ଦ୍ବାରା ସୂଚନା ଦିଆଯାଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସାରାଦେଶରେ କରୋନା ସ୍ଥିତିକୁ ଦେଖି ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି । ଯାହାଫଳରେ ସଭା ସମିତି, ବିଭିନ୍ନ କାର୍ଯ୍ୟକ୍ରମ ଓ ଲୋକଙ୍କ ବାହାରେ ବୁଲିବା ଉପରେ ରୋକ ଲାଗିଛି । ସେହିପରି ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ କିପରି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବନି , ସେଥିପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ତେବେ କରୋନା ସ୍ଥିତିକୁ ଦେଖି ଲକ୍ଡାଉନ୍ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ବନ୍ଦ କରାଯାଇଛି ।