Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପିଇଓ ସ୍ମିତାରାଣୀଙ୍କର ରହସ୍ୟମୟ ମୃତ୍ୟୁ- ଭଙ୍ଗା ହେବ ରୂପେଶଙ୍କ ରଙ୍ଗଶାଳା

24/10/2019 at 4:40 PM

ଯାଜପୁର – ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏଥରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ ହୋଇଛନ୍ତି । ସ୍ମିତାରାଣୀଙ୍କର ଆତ୍ମହତ୍ୟାନୁହେଁ ଏକ ମର୍ଡର ମିଷ୍ଟ୍ରି ବା ରହସ୍ୟଜନକ ହତ୍ୟାକାଣ୍ଡ ବୋଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ଏବେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିବା ଗେଷ୍ଟ ହାଉସ୍‌ ବା ରଙ୍ଗଶାଳାକୁ ଭଙ୍ଗାଯିବ । ଏହାକୁ ବେଆଇନ ଭାବେ ସରକାରୀ ଜମିରେ ତିଆରି କରାଯାଇଥିଲା । ମାତ୍ର ଆଜିଯାଏଁ ପ୍ରଶାସନ ଚୁପ୍‌ ବସିଥିଲା ।

ଯାଜପୁର ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ଯେତିକି ଖୋଳତାଡ଼ ଚାଲିଛି ସେତିକି ସେତିକି ଗେଷ୍ଟହାଉସ ଗୁମର ଚର୍ଚ୍ଚାର କେନ୍ଦ୍ରକୁ ଆସୁଛି। ଏହି ଗେଷ୍ଟ ହାଉସରେ ହିଁ ପିଇଓ ସ୍ମିତାରାଣୀଙ୍କ ମୃତଦେହ ମିଳିଥିବା କୁହାଯାଇଛି। ଯେତେବେଳେ ଗେଷ୍ଟେହାଉସରେ ଖୁବ ଆସର ଜମିଥିଲା। ତେବେ ଏହି ଗେଷ୍ଟହାଉସ ଏଠାରେ କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା। ଏବଂ ଏହାକୁ ରାମକୋ କାହିଁକି ବ୍ୟବହାର କରୁଥିଲା ଏହାର ତଦନ୍ତ ଚାଲିଛି ।

ଏହି ଗେଷ୍ଟହାଉସ୍‌କୁ ଉଚ୍ଛେଦ କରାଯିବ ବୋଲି ଯାଜପୁର ଜିଲ୍ଲାପଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଗେଷ୍ଟ ହାଉସ ତିଆରି ହୋଇଥିବା ଜମି ସରକାରୀ ଜମି ବୋଲି ଜଣା ପଡିଛି । ତହସିଲଦାର ଓ ଅତିରିକ୍ତ ତହସିଲଦାର ଯାଇ ଏହାର ତଦନ୍ତ କରିଛନ୍ତି । ମାତ୍ର ଏବେ ସ୍ମିତାରାଣୀ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବାରୁ ଉଚ୍ଛେଦ ପାଇଁ ପୁଲିସର ରାୟ ମାଗିଛନ୍ତି ଜିଲ୍ଲା ପ୍ରଶାସନ । ଏହି ଘରେ ଏବେ ବି ଅନେତ ପ୍ରମାଣ ଲୁଚି ରହିଛି । ଏବେ ଉଚ୍ଛେଦ କଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ଏଥିପାଇଁ ପୁଲିସର ରାୟ ମଗାଯାଇଛି । ବର୍ତ୍ତମାନ ପାଇଁ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି । କେହି ବି ସେଠାରେ ପ୍ରବେଶ କରିପାରିବେ ନାହିଁ । ତଦନ୍ତ ପ୍ରକ୍ରିୟା ଶେଷ ହେଲେ ଏହାକୁ ଉଚ୍ଛେଦ କରାଯିବ ।

   Related Posts