ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ

Published By : Prameya-News7 Bureau | August 14, 2018 IST

ଦିଲ୍ଲୀ ୧୪/୮ : ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ । ଡଲାର ତୁଳନାରେ ଟଙ୍କା ମୂଲ୍ୟ ବଡ ପରିମାଣରେ ହ୍ରାସ ଘଟିଛି। ଡଲାର ପ୍ରତି ଟଙ୍କା ମୂଲ୍ୟ ୭୦ ଦଶମିକ ୦୮ପଇସା ହୋଇଛି । ସୋମବାର ଡଲାର ର ମୂଲ୍ୟ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଥିଲା । ଟଙ୍କା ମୂଲ୍ୟ ୧.୦୮ରୁ ୧.୫୭ ପ୍ରତିଶତ ହ୍ରାସ ପାଇଥିଲା । ଏହା ଆଜି ବି ଜାରି ରହିଛି , ଏବଂ ସର୍ବକାଳୀନ କମ୍ ସ୍ଥାନରେ ପହଞ୍ଚିଛି । ତୁର୍କୀର ଆର୍ଥିକ ସ୍ଥିତି ଏବଂ ସେ ଦେଶର ମୁଦ୍ରା ଲିରା ମୂଲ୍ୟ ହ୍ରାସର ପ୍ରଭାବ ଟଙ୍କା ଉପରେ ପଡିଛି । ତୁର୍କୀରେ ଆର୍ଥିକ ସଂକଟ ଯୋଗୁଁ କିଛି ପ୍ରମୂଖ ସଂପତ୍ତି ବିକ୍ରି ଫଳରେ ଏସୀଆରେ ଦେଖାଦେଇଛି ତାର ପ୍ରାଭାବ । ଟଙ୍କା ମୂଲ୍ୟରେ ଏହି ରେକର୍ଡ ହ୍ରାସ ଫଳରେ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି କାଠିକର ହେବ । କାରଣ ତୈଳ ଦର ବୃଦ୍ଧି ଅଡୁଆ ବଢାଇଥିବା ବେଳେ ଟଙ୍କା ମୂଲ୍ୟ ହ୍ରାସ ସମସ୍ୟା ହେବ । ଆରବିଆଇ ଗତ ଜୁନ୍ ରୁ ଏବେ ସୁଦ୍ଧା ଦୁଇ ଥର ସୁଧହାର ବୃଦ୍ଧି କରିଛନ୍ତି । ତେଣୁ ଏବେ ଟଙ୍କା ମୂଲ୍ୟରେ ହ୍ରାସ କିଛି ପ୍ରଭାବ ପକାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.