କରୋନା ମାଡ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ହ୍ରାସ

Published By : Prameya-News7 Bureau | April 15, 2020 IST

ମୁମ୍ବାଇ ୧୫।୪:  କରୋନା ଲକଡାଉନ ଯୋଗୁ ଡଲାର ତୁଳନାରେ ବୁଧବାର ଟଙ୍କାର ମୂଲ୍ୟ ହ୍ରାସ ହୋଇଛି। କାରବାର ଆରମ୍ଭ ବେଳେ ଟଙ୍କା ଅଭିବୃଦ୍ଧି ହାସଲ କରିଥିଲା। ହେଲେ ବେଶି ସମୟ ମଜଭୁତ ରହିପାରିନଥିବା ବେଳେ  ଅଭିବୃଦ୍ଧି ବାଦେ ୧୭ ପଇସା ହ୍ରାସ ସହ ବନ୍ଦ ହୋଇଛି। ଫଳରେ ପ୍ରତି ଡଲାର ପିଛା ଟଙ୍କା ୭୬ ଟଙ୍କା ୪୪ପଇସାରେ ପହଞ୍ଚିଛି।

ଘରୋଇ ସେୟାର ବଜାରରେ ହ୍ରାସ ଓ ବିଦେଶରେ ଆମେରିକୀୟ ଡଲାର ମଜଭୁତ ହେବା ଯୋଗୁ ସ୍ଥାନୀୟ ମୁଦ୍ରା ଉପରେ ପ୍ରଭାବ ପଡିଛି। ସେପଟେ କରୋନା ସଂକ୍ରମଣ ଯୋଗୁ ଉଭୟ ଘରୋଇ ଓ ବିଦେଶୀ ନିବେଶକ ଏବେ ଚାପରେ ଅଛନ୍ତି। ଫଳରେ ସେୟାର ବଜାର କମଜୋର ହୋଇଛି। କରୋନା ସଂକ୍ରମଣ କେବଳ ମନୁଷ୍ୟ ନୁହେଁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ମଧ୍ୟ ସଂକ୍ରମିତ କରିଦେଇଛି।

ବୁଧବାର କାରବାର ଆରମ୍ଭ ବେଳେ ଟଙ୍କା ଅଭିବୃଦ୍ଧି ସହ ପ୍ରତିଡଲାର ୭୬ଟଙ୍କା ୭ ପଇସାରେ ଖୋଲିଥିଲା। ଏହି ଅଭିବୃଦ୍ଧି ବେଶି ସମୟ ରହିନଥିଲା। ଫଳରେ ଗତ କାରବାର ବନ୍ଦ ବେଳେ ହାସଲ କରିଥିବା ବୃଦ୍ଧିରୁ ୧୭ ପଇସା ହରାଇଥିଲା। ବୁଧବାର ଦିନ ତମାମ ବଜାର ଅସ୍ଥିର ଥିଲା। କେତେବେଳେ ଆମେରିକା ଡଲାର ୭୫ଟଙ୍କା ୯୯ ପଇସାକୁ ଖସୁଥିଲା ତ କେତେବେଳେ ୭୬ଟଙ୍କାରୁ ଉପରେ ଚାଲୁଥିଲା। ତେବେ କାରବାର ଶେଷରେ ଡଲାର ୭୬ ଟଙ୍କା ୪୮ରେ ବନ୍ଦ ହୋଇଛି। ଗତ ସୋମବାର ଡଲାର ମୁକାବିଲାରେ ଟଙ୍କା ୭୬.୨୭ ପଇସାରେ ବନ୍ଦ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.