Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା, ୧ ଡଲାର ମୂଲ୍ୟ ୭୬ଟଙ୍କା ୮୦ ପଇସା

16/04/2020 at 5:28 PM

ମୁମ୍ବାଇ ୧୬।୪: ଡଲାର ମୁକାବିଲାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ହେବାରେ ଲାଗିଛି। ଗୁରୁବାର ଟଙ୍କା ସର୍ବନିମ୍ନସ୍ତରରେ କାରବାର କରିଥିବା ବେଳେ ପ୍ରତି ଡଲାର ୭୬ଟଙ୍କା ୮୦ ପଇସାରେ ପହଞ୍ଚିଛି। ବୁଧବାର ଦର ଅନୁସାରେ ସକାଳେ ଡଲାର ୭୬ଟଙ୍କା ୭୫ ପଇସାରେ ଖୋଲିଥିଲା। ମାତ୍ର କିଛି ସମୟରେ ୭୬ ଟଙ୍କା ୮୦ ପଇସାକୁ ପହଞ୍ଚିଯାଇଥିଲା।

ତେବେ ଟଙ୍କାର ଏପରି ମୂଲ୍ୟ ହ୍ରାସର କାରଣ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ସେୟାର ବଜାରର ହ୍ରାସ ବୋଲି କୁହାଯାଉଛି। ବିଶ୍ୱବଜାରରେ ଉପୁଜିଥିବା ସଂକଟକୁ ଦେଖି ନିବେଶକ ସୁରକ୍ଷିତ ନିବେଶ ଆଡକୁ ଏବେ ମୁହାଁଇଛନ୍ତି। ଏଣୁ ଟଙ୍କାର ମୂଲ୍ୟ ହ୍ରାସ ହେବା ସ୍ୱଭାବିକ ବୋଲି କହିଛନ୍ତି ବ୍ୟବସାୟୀ। ଉପୁଜିଥିବା ପରିସ୍ଥିତିରେ ଡଲାରର ଚାହିଦା ବୃଦ୍ଧି ଏବେ ଅନ୍ୟ ଦେଶଙ୍କ ମୁଦ୍ରା ଉପରେ ମଧ୍ୟ ଚାପ ସୃଷ୍ଟି କରିଛି।

ବୁଧବାର କାରବାର ଶେଷରେ ଟଙ୍କା ପ୍ରତି ଡଲାର ୭୬ଟଙ୍କା ୪୪ ପଇସାରେ ବନ୍ଦ ହୋଇଥିଲା। ସେହି ଅନୁସାରେ ଡଲାର ମୂଲ୍ୟରେ ୩୬ ପଇସା ବୃଦ୍ଧି ହୋଇଛି। ତେବେ ବୁଧବାର ବିଦେଶୀ ପୋର୍ଟଫଲିଓ ନିବେଶକ (ଏଫପିଆଇ) ଦେଶୀୟ ସେୟାର ବଜାରରୁ ୧,୩୫୮.୬୬ କୋଟି ଟଙ୍କାର ଶୁଦ୍ଧ କ୍ରୟ କରିଥିଲେ। ଏହି ସମୟରେ ଅଶୋଧିତ ତୈଳ ପ୍ରତି ବାରଲ ମୂଲ୍ୟରେ ୧.୪୪ପ୍ରତିଶତ ବୃଦ୍ଧି ସହ ୨୮.୦୯ ଦରରେ ବିକ୍ରି ହେଉଥିଲା।

   Related Posts