Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡଲାର ତୁଳନରେ ଟଙ୍କା ଶସ୍ତା, ପୁଣି ମହଙ୍ଗା ହେଲା ସୁନା ଜାଣନ୍ତୁ କେତେ

14/10/2019 at 5:56 PM

ନୂଆଦିଲ୍ଲୀ : ଡଲାର ମୁକାବିଲାରେ ସୋମବାର ଟଙ୍କା ଦର ହ୍ରାସର ପ୍ରଭାବ ପଡିଛି ସୁନା, ରୂପା ବଜାରରେ । ଫଳରେ ସୁନା ୧୪୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ପ୍ରତି ୧୦ଗ୍ରାମ ପିଛା ବଜାର ମୂଲ୍ୟ ଏବେ ୩୮ହଜାର ୮୮୫ଟଙ୍କାରେ ପହଞ୍ଚିଛି। ସେହିପରି ଔଦ୍ୟୋଗିକ ଚାହିଦା ବୃଦ୍ଧି ଯୋଗୁ ରୂପା ଦରରେ ୨୪୦ ଟଙ୍କା ବୃଦ୍ଧି ସହ ପ୍ରତି କେଜି ଦର ୪୬ ହଜାର ୫୧୦ ଟଙ୍କାରେ ପହଞ୍ଚିଛି। ଗତ ଶନିବାର ପ୍ରତି କେଜି ରୂପା ଦର ୪୬ ହଜାର ୨୭୦ ଟଙ୍କାରେ ବିକ୍ରି ହୋଇଥିଲା।

ଏଚଡିଏଫସି  ସିକ୍ୟୋରିଟିଜ୍ ର ବରିଷ୍ଠ ସମୀକ୍ଷକଙ୍କ ଅନୁସାରେ ଟଙ୍କାର ଦୁର୍ବଳତା ପ୍ରଭାବ ଏବେ ସୁନା ରୂପା ବଜାରରେ ଦେଖିବାକୁ ମିଳୁଛି। ଏହା ଛଡା ଉତ୍ସବ ଋତୁର ଚାହିଦା ବି ବଜାରରେ ଅନୁଭୂତ ହେଉଛି। ଏଣୁ ସୁନା ଓ ରୂପା ପୁଣି ମଜଭୁତ ହୋଇଛି। ରାଜଧାନୀ ଦିଲ୍ଲୀରେ ୨୫ କ୍ୟାରେଟ୍ ସୁଦ୍ଧ ସୁନା ମୂଲ୍ୟାରେ ୧୪୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ମୁଦ୍ରା ବ୍ୟବସାୟୀଙ୍କ ଚାହିଦା ଯୋଗୁ ରୂପା ଦର ବି ବଢିଛି।

ତେବେ ନ୍ୟୁୟର୍କ ବଜାରରେ ପ୍ରତି ଆଉନ୍ସ ସୁନାମୂଲ୍ୟ ୧ହଜାର ୪୯୦ ଡଲାରରେ ବିକ୍ରି ହେଉଥିବା ବେଳେ ରୂପା ୧୭.୫୭ ଡଲାର ପ୍ରତି ଆଉନ୍ସ ବିକ୍ରି ହେଉଛି। ତେବେ ଭାରତୀୟ ବଜାରରେ ଏହା ପୂର୍ବରୁ ପ୍ରତି ୧୦ ଗ୍ରାମ ସୁନାମୂଲ୍ୟ ୩୮ହଜାର ୭୪୦ ଟଙ୍କାରେ ବିକ୍ରି ହୋଇଥିଲା। ଲଗାତାର ମୂଲ୍ୟ ହ୍ରାସ ପରେ ସୁନା ବଜାରରେ ପୁଣି ଚମକ୍ ଫେରିଛି।    

   Related Posts