ବିଜେପି ସରକାରର ବିଫଳତା ଲୁଚାଇବା ପାଇଁ ରୂପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ଉପ ମୁଖ୍ୟମନ୍ତ୍ରୀ ବି ସେମିତି କରନ୍ତୁ: ବିରୋଧୀ

Published By : Prameya-News7 Bureau | September 11, 2021 IST

ଅହମ୍ମଦାବାଦ ୧୧।୦୯: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଶନିବାର ବିଜୟ ରୂପାନୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ  ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ରାଜ୍ୟ ନୀତିରେ ନୂତନ ମୋଡ ଆଣିଛି। ଏହାକୁ ନେଇ ବିରୋଧୀ ବିଜେପିକୁ ସମାଲୋଚନା କରିଛନ୍ତି। ବିରୋଧୀ କହିଛନ୍ତି ଯେ, ରୂପାନୀ ଇସ୍ତଫା ଦେବା ଅର୍ଥ ବିଜେପି ସରକାର ରାଜ୍ୟରେ ସଂପୂର୍ଣ୍ଣ ବିଫଳ ହୋଇଛି।

ଗୁଜୁରାଟ ରାଜ୍ୟ କଂଗ୍ରେସ ସଭାପତି ଅମିତ୍ ଚାଭଡା ଅଭିଯୋଗ କରିଛନ୍ତି, କରୋନା ମହାମାରୀର ମୁକାବିଲାରେ  ବିଫଳତା, ରାଜ୍ୟରେ ବେରୋଜଗାରୀ ଏବଂ ଅନ୍ୟ କ୍ଷେତ୍ରରେ ବିଫଳତା କାରଣରୁ ବିଜେପି ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି। ଏହା କରି ବିଜେପି ନିଜର ବିଫଳତା ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଚାଭଡା କହିଛନ୍ତି।

wp:html /wp:html

ରୂପାନୀ ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଭାରତ ସୋଲାଙ୍କି କହିଛନ୍ତି, ଗୁଜୁରାଟ କୋଭିଡ୍-୧୯ ମହାମାରୀରେ ବହୁତ ସଂଘର୍ଷ କରିଛି। କେନ୍ଦ୍ର ସରକାର ଠିକ୍ ସମୟରେ ନା ଅକ୍ସିଜେନ ଯୋଗାଇ ଦେଲେ ନା ଔଷଧ ଯୋଗାଇଲେ, କେବଳ ସର୍ଭେ କରି ଚାଲିଗଲେ। ଏବେ ବି ଗୁଜୁରାଟ କରୋନା ଭ୍ୟାକ୍ସିନ ପାଇଁ ସଂଘର୍ଷ କରୁଛି। ରାଜ୍ୟକୁ ପର୍ଯ୍ୟାପ୍ତ ମାତ୍ରାରେ ଟିକା ମଧ୍ୟ ମିଳୁନାହିଁ।

ଆସନ୍ତା ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିଜ ବିଫଳତାକୁ ଘଣ୍ଟ ଘୋଡାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ଦେଲେ। ଏବେ ନୂତନ ଚେହେରା ଆଣି ପୁଣି ଜନତାଙ୍କ ନିକଟକୁ ଭୋଟ୍ ମାଗିବାକୁ ଯିବେ। କିନ୍ତୁ ସେ ମନେ ରଖିବା ଉଚିତ୍ ଯେ, ରାଜ୍ୟରେ ବିଜେପି ସରକାରର ଦିନ ସରି ଆସୁଛି। ଗୁଜରାଟବାସୀ ଭଲ ଭାବେ ଜାଣି ଗଲେଣି ଯେ, ତାଙ୍କ କ୍ଷତି ପଛରେ କାହାର ହାତ ରହିଛି ବୋଲି ଭାରତ ସୋଲାଙ୍କି କହିଛନ୍ତି।

କରୋନା ମହାମାରୀ ସମୟରେ ରୂପାନୀ ସରକାର ରାଜ୍ୟବାସୀଙ୍କୁ ଦୁଃଖ ଦୂର କରିବାରେ ବିଫ ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଦାୟୀ ତେବେ ସମ ପରିମାଣରେ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ ମଧ୍ୟ ଦାୟୀ। ତେଣୁ ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସୋଲାଙ୍କି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.