Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରୂପା ଗାଙ୍ଗୁଲିଙ୍କ ଡବଲ ରୋଲ୍ : କହିଲେ ,” ନବୀନ ବାବୁ ଭଲ ଲୋକ, ତାଙ୍କ ସରକାରଙ୍କ କାମ ଭଲ , ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖିଥିଲେ ଆହୁରି ଭଲ ହୋଇଥାନ୍ତା “

22/01/2020 at 12:36 PM

କୋରାପୁଟ ୨୨/୧: କୋରାପୁଟ ଗସ୍ତରେ ଆସିଥିବା ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲି, ଓଡ଼ିଶା ସହ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ , ତାଙ୍କ ସରକାର ସମସ୍ତଙ୍କୁ  କରିଛନ୍ତି ପ୍ରଶଂସା । କିନ୍ତୁ ତାରି ଭିତରେ ବୁଲେଇ ବଙ୍କେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଜ୍ଞାନକୁ ନେଇ ଟିକେ ଖେଞ୍ଚି ଦେଇଛନ୍ତି । କହିଛନ୍ତି ନବୀନ ବାବୁ ଓଡ଼ିଆ ଜାଣିଥିଲେ ଆହୁରି ଭଲ ହୋଇଥାନ୍ତା । ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନ ଜାଗରଣ ସୃଷ୍ଟି କରିବାକୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟ ସଭା ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି।ଗତ କାଲି ନବରଙ୍ଗପୁର ଜିଲ୍ଲା ରାଈଘରରେ କାର୍ଯ୍ୟକ୍ରମ ସାରିବା ପରେ ମାଲକାନଗିରି ଓ ଜୟପୁରରେ CAA ସପକ୍ଷରେ ରାଲି କରିବେ।

ତେବେ ବିଭିନ୍ନ ପ୍ରସଙ୍ଗରେ ସେ ନ୍ୟୁଜ୭ ସହ ସ୍ବତନ୍ତ୍ର ସାକ୍ଷାତକାର ନିଜ ମତ ରଖିଛନ୍ତି ମହାଭାରତ ସିରିଏଲର ଦ୍ରୌପଦୀ ।CAAକୁ ନେଇ ଅଯଥା କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ନିଜ ଫାଇଦା ପାଇଁ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।ବିଶେଷ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ ବର୍ଷି ଛନ୍ତି ବିଜେପିର ରଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ।ମମତା ବାନାର୍ଜୀ ନିଜେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କ୍ଷମତାରେ ନଥିବା ସମୟରେ ଦାବି କରିବା ସହ CAA ସପକ୍ଷରେ ମତ ଦେଉଥିଲେ।ଆଉ ଏବେ କ୍ଷମତାରେ  ଥାଇ ପୂରା ଓଲଟା,  ନିଜର ରାଜନୈତିକ  ଫାଇଦା ଲାଗି  ସେ ଏହାକୁ ବିରୋଧ କରୁଛନ୍ତି।

ଆସନ୍ତା ପଶ୍ଚିମବଙ୍ଗ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି  କହିବାକୁ ଯାଇ ରୂପା ଗାଙ୍ଗୁଲି କହିଛନ୍ତି, ପଶ୍ଚିମବଙ୍ଗରେ ଏବେ  ପଦ୍ମ ଚିହ୍ନର  ଅଣ୍ଡର କରେଣ୍ଟ । ତେଣୁ ବିଜେପି ଓ ତାଙ୍କ ଲୋକପ୍ରିୟତାରେ ମମତା ଏବେ ଭୟଭୀତ।ତେଣୁ ତାଙ୍କୁ ଜୀବନରେ  ମାରିବାକୁ ଉଦ୍ୟମ କରି ବି ମମତା ଫେଲ ମାରିଥିବା ଅଭିଯୋଗ କରିଛନ୍ତି ରୂପା ଗାଙ୍ଗୁଲି ।ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବ କିନ୍ତୁ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ବଦଳରେ ଦଳ ପାଇଁ ପ୍ରଚାର କରି ଦଳକୁ ବିଜୟୀ କରିବେ ବୋଲି କହିଛନ୍ତି ବିଜେପିର ରାଜ୍ୟସଭା ସାଂସଦ।

ଓଡିଶାରେ CAA ସପକ୍ଷରେ ଲୋକ ଅଛନ୍ତି ବୋଲି କହିଛନ୍ତି ରୂପା ଗାଙ୍ଗୁଲି ।ଗତ ନିର୍ବାଚନ ସମୟରେ ଓଡିଶାକୁ ନିର୍ବାଚନ ପ୍ରଚାର ପାଇଁ ସେ ଆସିବାର ଥିଲା।କିନ୍ତୁ ଖରାପ ପାଗ ପାଇଁ ଆସି ପାରିନଥିଲେ।ଆଉ ଏବେ ଓଡିଶା ଆସି ବହୁତ ଖୁସି ବୋଲି କହିଛନ୍ତି।ତେବେ ସେ ନବୀନ ପଟ୍ଟନାୟକଙ୍କ ସରକାର ଠିକ୍‌ଠାକ୍‌, ଏଠାରେ ସବୁ କିଛି ଭଲ ବୋଲି କହିବାବେଳେ , ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଓଡ଼ିଆ  ଜ୍ଞାନକୁ ହାଲକା ଆକ୍ଷେପ ମଧ୍ୟ କରିଛନ୍ତି । କହିଛନ୍ତି ନବୀନ ବାବୁ ଓଡ଼ିଆ ଜାଣିଥିଲେ ଆହୁରି  ଭଲ ହୋଇଥାନ୍ତା । ସେହିପରି ଓଡିଶା ସରକାର ସଂପର୍କରେ ବେଶୀ କହିନଥିଲେ ବି ବିଜେଡି ସହ ଭଲ ସଂପର୍କ ଥିବା କଥା ପରୋକ୍ଷରେ ସ୍ବୀକାର କରିଥିଲେ।ତେବେ ବିଜେଡି ସହ ଆଗାମୀ ଦିନର ମେଣ୍ଟ ହେବକି ନାହିଁ ତାହା କେନ୍ଦ୍ର ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ସାଂସଦ ।

  ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ବି ସେ ଅଭିନୟ ଛାଡି ନାହାଁନ୍ତି ବୋଲି କହିଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ।ସେହିପରି ତାଙ୍କର ଏକାଧିକ ଥର  ଆତ୍ମହତ୍ୟା ଉଦ୍ୟମ, ତାଙ୍କ ନାମରେ ହୋଇଥିବା ନାବାଳିକା ବିକ୍ରି ବା ମାନବ ଚାଲାଣ ଅଭିଯୋଗ ,ପଶ୍ଚିମବଙ୍ଗରେ ଦୁଷ୍କର୍ମ ସଂପର୍କରେ ତାଙ୍କର ବୟାନ ଓ ନିଜ ବେକରେ ପଡିଥିବା ରୁଦ୍ରାକ୍ଷ ମାଳା ସଂପର୍କରେ ବି ମନ ଖୋଲି କଥା ହୋଇଥିଲେ ରୂପା ଗାଙ୍ଗୁଲି ।

   Related Posts