Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କାରୀପୁର ଏୟାରପୋର୍ଟ ନେଇ ୯ ବର୍ଷପୂର୍ବେ ସତର୍କ କରିଥିଲେ କ୍ୟାପ୍ଟେନ, ତଥାପି ଟଳି ପାରିଲାନି ବିପଦ

8/08/2020 at 7:39 PM

ମୁମ୍ବାଇ ୮।୮: କେରଳ କୋଝିକୋଡ କାରୀପୁର ବିମାନ ବନ୍ଦର ନେଇ ପ୍ରାୟ ୯ ବର୍ଷ ପୂର୍ବେ ୨୦୧୧ ମସିହାରେ କ୍ୟାପ୍ଟେନ ମୋହନ ରଙ୍ଗନାଥନ ସତର୍କ କରିଥିଲେ। ବର୍ଷାବେଳେ ରନୱେ ନମ୍ବର ୧୦ରେ ବିମାନର ଅବତରଣ ଯାତ୍ରୀଙ୍କ ଜୀବନ ବିପଦରେ ପକାଇପାରେ ବୋଲି ସେ ତତ୍କାଳୀନ ବେସାମରିକ ବିମାନ ମନ୍ତ୍ରାଳୟ ସଚିବ ନସୀମ ଜୈଦୀଙ୍କୁ ପତ୍ର ଲେଖି ଜଣାଇଥିଲେ।

ମୋହନ ତାଙ୍କ ପତ୍ରରେ ବର୍ଷାରେ ଅବତରଣ କରୁଥିବା ବିମାନ ଦିଗରେ ପବନ ବହିବା ଦୁର୍ଘଟଣାର କାରଣ ହୋଇପାରେ ବୋଲି ସେତେବେଳେ ସତର୍କ କରାଇଥିଲେ। ତେବେ ତାଙ୍କ ପତ୍ର ପ୍ରତି ଏତେଟା ଗୁରୁତ୍ୱ ଦିଆଯାଇନଥିଲା। ପାହାଡ ସମତଳ କରି ନିର୍ମାଣ କରାଯାଇଥିବା ବିମାନ ବନ୍ଦର ଅବତରଣ ଲାଗି ସବୁ ବେଳେ ବିପଦପୂର୍ଣ୍ଣ। ୨୦୧୦ ମସିହାରେ ମାଙ୍ଗଲୋର ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିମାନରେ ଯାତ୍ରା କରୁଥିବା ୧୫୮ ଜଣଯାତ୍ରୀ ପ୍ରାଣ ହରାଇଥିଲେ। 

ମାଙ୍ଗଲୋର ଘଟଣା ପରେ କାରୀପୁର ନେଇ ସଚିବଙ୍କୁ ପାଇଲଟ ସତର୍କ କରିଥିଲେ। ବର୍ଷାବେଳେ ଅନୁକୂଳ ପବନରେ ଓହ୍ଲାଇବା ସତ୍ତ୍ୱେ ବିମାନର କୋଣ ଓ ଦିଗ ପରିବର୍ତ୍ତନ ହୋଇପାରେ ବୋଲି କହିଥିଲେ। ଏହା ଛଡା ଏଠାରେ ରନୱେ ତଳ ଆଡକୁ ଗଡାଣି ଏବଂ ସୁରକ୍ଷାର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଏହା ସତ୍ତ୍ୱେ ବିମାନବନ୍ଦରକୁ ସୁରକ୍ଷିତ ଘୋଷଣା କରିବା ସହ ବିମାନ ଚଳାଚଳ ଜାରି ରଖିଛନ୍ତି। ଏହି ବିମାନ ବନ୍ଦର ଏୟାରପୋର୍ଟ ଅଥରିଟିଙ୍କ ଅନ୍ତର୍ଗତ। ତେବେ ସେତେବେଳେ କ୍ୟାପ୍ଟେନ ମୋହନ ରଙ୍ଗନାଥନଙ୍କ ପତ୍ର ଆଧାରରେ କଣ ପଦକ୍ଷେପ ନିଆଯାଇଥିଲା ସେ ସମ୍ପର୍କରେ କିଛି ସୂଚିତ କରାଯାଇନି।

   Related Posts