ଚଳନ୍ତା ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
9/08/2019 at 1:30 PM

ଭଦ୍ରକ ୯|୮: ଚଳନ୍ତା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡିଆ ନିକଟରେ ଏଭଳି ଅଘଟଣ ଘଟିଛି । ତେବେ ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବରରୁ କଟକ ଅଭିମୁଖେ ଆସୁଥିବା ‘ବବି’ ନାମକ ଘରୋଇ ଯାତ୍ରୀବାହୀ ଶୀତତାପ ନିୟନ୍ତ୍ରିତ ବସ୍ ରେ ଅଗ୍ନିକାଣ୍ଡ ହୋଇଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡିଆ ନିକଟରେ ହଠାତ୍ ବସ୍ ଟିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିପାରି ଡ୍ରାଇଭର ବସ୍ ଟିକୁ ଅଟକାଇ ଦେଇଥିଲେ । ଫଳରେ ବସ୍ ରେ ଥିବା ଯାତ୍ରୀ ଓହ୍ଲାଇପଡିଥିଲେ । ଫଳରେ ସମସ୍ତ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021