ଚଳନ୍ତା ବସ୍‌ରେ ହଠାତ୍ ଲାଗିଗଲା ନିଆଁ, ବସ୍‌ରେ ଥିଲେ ୫୦ଯାତ୍ରୀ

Published By : Prameya-News7 Bureau | March 09, 2021 IST

ଆନନ୍ଦପୁର ୯।୩: ଚଳନ୍ତା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ଭଦ୍ରକରୁ କରଞ୍ଜିଆ ଯାଉଥିବା ଶ୍ରୀଲକ୍ଷ୍ମୀ ନାମକ ବସ୍ ରେ ନିଆଁ ଲାଗିଯାଇଥିବା ଜଣାପଡିଛି । ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀ ଥିଲେ ।

ବସ୍‌ଟି ଯାଉଥିବା ସମୟରେ ଆନନ୍ଦପୁର ଉପଖଣ୍ଡ ହାଟଡିହି ନିକଟରେ ହଠାତ୍ ବସ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଡ୍ରାଇଭର ତୁରନ୍ତ ଗାଡିଟିକୁ ଅଟକାଇଥିଲେ । ତେବେ ସ୍ଥାନୀୟ ଲୋକେ ବସ୍‌ରେ ନିଆଁ ଲାଗିଥିବା ଦେଖି ନିଆଁକୁ ଲିଭାଇବାକୁ ପ୍ରୟାସ କରିଥିଲେ । ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.