Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ

27/10/2020 at 8:54 PM

କେନ୍ଦୁଝର୨୭/୧୦: ରାସ୍ତା ଉପରେ ହୁହୁ ହୋଇ ଜଳିଗଲା ଚଳନ୍ତା କାର। କେନ୍ଦୁଝର ଜିଲ୍ଲା ନରଣପୁର- ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କାରରେ ଥିବା ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାତ୍ରୀମାନେ ସାମ୍ୟକ ମାତ୍ରାରେ ଆହାତ ହୋଇଛନ୍ତି।

   Related Posts