Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରୁଙ୍ଗଟା ମାଇନ୍ସ ଏବଂ ଇଂଟିଗ୍ରେଟେଡ୍ ଇସ୍ପାତ କାରଖାନା ଉଦଘାଟିତ, ଭିଡିଓ କନଫରେନ୍ସିରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

8/10/2020 at 10:50 PM

ଢେଙ୍କାନାଳ, ୦୮ ।୧୦: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଝଡବନ୍ଧ ଠାରେ ଥିବା ରୁଙ୍ଗଟା ମାଇନ୍ସ ଲିମିଟେଡ ଓ ଇଂଟିଗ୍ରେଟେଡ ଇସ୍ପାତ କାରଖାନାକୁ ଉଦଘାଟନ କରାଯାଇଛି । ଗୁରୁବାର ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ଓ ଜିଲ୍ଳାପାଳଙ୍କ ସମେତ ରୁଙ୍ଗଟା କାରଖାନାର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି କାରଖାନା ସଂପ୍ରସାରଣ ଦ୍ୱାରା ହିନ୍ଦୋଳ ବ୍ଲକର ଝାଡବନ୍ଧ, ଗାଲପଡା ଓ ତରକାବେଡା ପଂଚାୟତ ସମେତ ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ବ ସିଧାସଳଖ କର୍ମନିଯୁକ୍ତି ପାଇବା ସହ ଅଂଚଳର ଉନ୍ନତି ଘଟିବ । ଭାରତ ବର୍ଷରେ ୨୦୩୦ ମସିହା ସୁଦ୍ଧା ଯେଉଁ ୩ଶହ ମିଲିୟନ ଟନ ଇସ୍ପାତ ଉତ୍ପାଦନ  ଏବଂ ଓଡ଼ିଶାରେ ଷ୍ଟିଲ ହବ୍ ଭାବେ ୧ଶହ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ ରଖାଯାଇଥିଲା ତାହା ମଧ୍ୟରେ ଏହା ଏକ ପଦକ୍ଷେପ ।ଏହି ପ୍ରକଳ୍ପ  ଢେଙ୍କାନାଳ ଜିଲ୍ଲାରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ବୋଲି  ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

   Related Posts