Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ରିକାର୍ପେଟିଙ୍ଗ ପାଇଁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ରନଓ୍ୱେ ଜୁନ ମାସ ପର୍ଯ୍ୟନ୍ତ ସ୍ୱଳ୍ପ ସମୟ ହେବ ବନ୍ଦ

17/09/2019 at 8:44 PM

ଭୁବନେଶ୍ୱର ୧୭।୦୯- ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନଓ୍ୱେକୁ ଆସନ୍ତା ବର୍ଷ ଜୁନ୍‌ ମାସ ପର୍ଯ୍ୟନ୍ତ ସ୍ୱଳ୍ପ ସମୟ ପାଇଁ ବନ୍ଦ କରାଯିବ । ରନ୍‌ଓ୍ୱେ ରିକାର୍ପେଟିଙ୍ଗ ପାଇଁ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟରେ ରନ୍‌ଓ୍ୱେକୁ ବନ୍ଦ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ।
୧୨ବର୍ଷ ତଳେ ବିମାନ ବନ୍ଦରର ରନଓ୍ବେକୁ ରିକାର୍ପେଟିଙ୍ଗ କରାଯାଇଥିଲା । ୨୦୦୭ ମସିହାରେ ଏହାର ରି କୋର୍ପେଟିଙ୍ଗ ହୋଇଥିଲା । ରନଓ୍ୱେର ସୁରକ୍ଷା ପାଇଁ ଏହାର ରି କାର୍ପେଟିଙ୍ଗ କରାଯାଇଥାଏ ।ଏ ବିଷୟରେ ବିମାନ ଚଳାଚଳ କର୍ପୋରେଟ୍‌ ହେଡକ୍ୱାଟରସ୍‌କୁ ସୂଚନା ଦିଆଯାଇଥିଲା । ସେ ଏହାକୁ ଗ୍ରହଣ କରିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାକୁ ଦୁଇଟି ପର୍ଯ୍ୟାୟରେ ରି କାର୍ପେଟିଙ୍ଗ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ରାତିରେ ଏହାକ ରି କାର୍ପେଟିଙ୍ଗ କରାଯିବ । ୨୦୧୯ ନଭେମ୍ବର ୧ ତାରିଖରୁ ୨୦୨୦ ମସିହା ମାର୍ଚ୍ଚ ମାସ ଏକ ତାରିଖ ପର୍ଯ୍ୟନ୍ତ ରାତିରେ ଏହାର ରିକାର୍ପେଟିଙ୍ଗ କାମ କରାଯିବ । ରାତି ୧୦ଟାରୁ ସକାଳ ୫ଟା ୩୦ ମଧ୍ୟରେ ଏହାର ରିକାର୍ପେଟିଙ୍ଗ କାମ କରାଯିବ । ମାତ୍ର ଅନ୍ୟ ସମୟରେ ସାଧାରଣ ଭାବେ ବିମାନ ଚଳାଚଳ କରିବ । ବିମାନ ଚଳାଚଳ କମ୍ପାନୀମାନଙ୍କୁ ସମୟ ଆଗରୁ ସୂଚନା ଦିଆଯିବା ସହ ବିମାନ ସମୟକୁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଶୀତ ସମୟ ସାରଣୀ ଆରମ୍ଭ ପୂର୍ବରୁ ଏ ବିଷୟରେ ସୂଚନା ଦିଆଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସମସ୍ତ କାମ ରାତିରେ କରିବା ସମ୍ଭବ ହେଉ ନଥିବାରୁ ଏପ୍ରିଲ ୧ ତାରିଖରୁ ଜୁନ୍‌ ୩୦ ତାରିଖ ୨୦୨୦ ମସିହାରେ ଦିନ ବେଳେ ଅବଶିଷ୍ଟ କାମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହ ୩ଟି ଟ୍କେସଟ୍ରାକର କାମ ବି କରାଯିବ । ଦିନ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାମ କରାଯିବ । ଏହି ସମୟରେ କମ୍‌ ପରିମାଣରେ ବିମାନ ଚଳାଚଳ କରୁଥିବାରୁ ବିମାନ ଚଳାଚଳ ସମୟ ପରିବର୍ତ୍ତନ କରାଯାଇ ରି କାର୍ପେଟିଙ୍ଗର କାମ କରାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଏଥିପାଇ ଡିଜିସିଏଙ୍କର ଅନୁମତି ପାଇଁ ଆବେଦନ କରାଯାଇଥିବା ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ।

   Related Posts