ଅସୁସ୍ଥ ଅଛନ୍ତି କି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ? ୬୦୦ ଦିନ ହେଲା ଦେଶ ବାହାରେ ରଖିନାହାନ୍ତି ପାଦ, ଫୋନରେ ହେଉଛନ୍ତି କଥା

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ବିଦେଶ ଗସ୍ତ କରୁନଥିବାରୁ ଏହିଭଳି ଆଶଙ୍କା ପ୍ରକାଶ ପାଇଛି। ସି ଜିନପିଙ୍ଗ ସମ୍ନାସାମ୍ନି ସାକ୍ଷାତ କରିବା ସ୍ଥିତିରେ ନାହାନ୍ତି ବୋଲି ଅନୁମାନ କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ୬୦୦ ଦିନ ହେଲା ଥରେ ବି ବିଦେଶ ଯାତ୍ରା କରିନାହାନ୍ତି। ଶେଷଥର ପାଇଁ ସେ ୨୦୨୦ ଜାନୁଆରୀ ୧୮ ରେ ମିଆଁମାର ଗସ୍ତରେ ଯାଇଥିଲେ। ଏହାପରେ ସେ ବିଦେଶ ଗସ୍ତ କରିନାହାନ୍ତି। ନିକଟରେ ସେ ତିବ୍ବତ ଯାଇଥିଲେ। ଏହା କୌଣସି ଚାଇନା ରାଷ୍ଟ୍ରପତିଙ୍କ ପ୍ରଥମ ତିବ୍ବତ ଗସ୍ତ ଥିଲା।  ଯେହେତୁ ତିବ୍ବତ ଉପରେ ଚୀନ ନିଜର ଦାବି କରେ ସେଥିପାଇଁ ଏହାକୁ ବିଦେଶ ଯାତ୍ରା ବୋଲି କୁହାଯାଏ ନାହିଁ।

ୟୁଏସ ଟୁଡ଼େ ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗ ବର୍ତ୍ତମାନ ବ୍ୟକ୍ତିଗତ ଭାବେ କୌଣସି ବିଦେଶୀ ନେତାଙ୍କୁ ସାକ୍ଷାତ କରୁନାହାନ୍ତି। ଯଦି କୌଣସି ବିଦେଶ ମନ୍ତ୍ରୀ ଚୀନ ଗସ୍ତରେ ଆସନ୍ତି ତାହେଲେ ସେମାନେ ବେଜିଙ୍ଗ ଛଡା ଅନ୍ୟ ସହରକୁ ଯାଉଛନ୍ତି। ଯେଉଁଥିପାଇଁ ସି ଜିନପିଙ୍ଗ ସେମାନଙ୍କୁ ସାକ୍ଷାତ କରିବା ଜରୁରୀ ନଥାଏ। ରିପୋର୍ଟରେ ୨୦୧୯ ମାର୍ଚ୍ଚରେ ସି ଜିନପିଙ୍ଗ ଇଟାଲୀ, ମୋନାକୋ ଓ ଫ୍ରାନ୍ସ ଗସ୍ତ ସମ୍ପର୍କରେ ଦର୍ଶାଯାଇଛି। କୁହାଯାଇଛି ଯେ ଏହି ଗସ୍ତ ସମୟରେ ଗାର୍ଡ ଅନର ସମୟରେ ସି ଜିନପିଙ୍ଗ ଲଡଖଡ ହେଉଥିବା ନଜର ଆସିଥିଲେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ସମୟସେ ବସିବାବେଳେ ସେ ଚେୟାରର ବାହୁର ସାହାରା ନେଉଥିବା ନଜର ଆସିଥିଲେ।

{"id":514718,"width":584,"height":467,"sizeSlug":"full","linkDestination":"none"}

ରିପୋର୍ଟରେ କୁହାଯାଇଛି ଯେ ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ ଅଧିକ ସମୟ ଫୋନରେ କଥା ହେଉଛନ୍ତି। ନିକଟରେ ସେ ଋଷ ରାଷ୍ଟ୍ରପତି ପୁଟିନ, ଜର୍ମାନ ଚାନ୍ସେଲର ଏଞ୍ଜେଲା ମର୍କେଲ ଓ ଫ୍ରାନ୍ସ ରାଷ୍ଟ୍ରପତି ମେଙ୍କୋଙ୍କ ସମେତ ପ୍ରାୟ ୬୦ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ଫୋନରେ କଥା ହୋଇଛନ୍ତି।

ଜିନପିଙ୍ଗ ଭର୍ଚୁଆଲ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ହେଉଛନ୍ତି। ଶେନଜେନ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରତିଷ୍ଠାର ୪୦ ତମ ବାର୍ଷିକୀରେ ଜିନପିଙ୍ଗ ନିର୍ଦ୍ଧାରିତ ସମୟରୁ ବହୁ ବିଳମ୍ବରେ ଭାଷଣ ଦେବା ପାଇଁ ମଞ୍ଚରେ ପହଞ୍ଚିଥିଲେ। ସେ ସାମାନ୍ୟରୁ ବହୁତ ଧୀର ସ୍ୱରରେ କଥା କହୁଥିଲେ। ଭାଷଣ ଦେବା ସମୟରେ ସେ ବାରମ୍ବାର କାଶୁଥିଲେ ଓ ପାଣି ପିଉଥିଲେ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଜିନପିଙ୍ଗ ନିକଟରେ ଆମେରିକା ବିଦେଶ ମନ୍ତ୍ରୀ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଡାନିସ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କୌଣସି କାରଣ ନ ଦର୍ଶାଇ ସ୍ଥଗିତ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.