Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଘଟଗାଁ ମା’ ତାରିଣୀଙ୍କ ନାଁରେ ଗୁଜବ ; ମନ୍ଦିରରେ ଅଖଣ୍ଡ ଦୀପ ଲିଭି ଯାଇଥିବା ସୋସିଆଲ ମିଡିଆରେ ଗୁଜବ ବ୍ୟାପିଛି

10/11/2018 at 10:43 AM

କେନ୍ଦୁଝର ୧୦|୧୧: ଘଟଗାଁ ତାରିଣୀଙ୍କ ନାଁରେ ଗୁଜବ । ସୋସିଆଲ ମିଡିଆରେ ଅପପ୍ରଚାର କରିଛନ୍ତି କିଛି ଲୋକ । ଏଥିରେ ଏମିତି ଭ୍ରାନ୍ତି ଓ ଡର ପ୍ରଚାର ହୋଇ ଯାଇଛି ଯେ, ଅନେକ ଲୋକ ଡରି ଯାଇଛନ୍ତି । ମାଆ ତାରିଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭି ଯାଇଥିବା ଗୁଜବ ବ୍ୟାପିଛି, ହେଲେ ଅସଲରେ ଏମିତି କିଛି ଅଖଣ୍ଡ ଦୀପ ମନ୍ଦିରରେ ନଥିବା ଜଣା ପଡିଛି । ପୁଣି ଏହି ଘଟଣା ନେଇ ତାରଣୀ ମନ୍ଦିର ତରଫରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି । ମାଆ ତାରିଣୀଙ୍କ ଅଖଣ୍ଡ ଦୀପ ଲିଭି ଯାଇଥିବା ଅଶୁଭ ଶଙ୍କେତ,  ସମସ୍ତ ସଧବା ନାରୀ  ଅଳତା, ସିନ୍ଦୁର ପିନ୍ଧି ବିଶେଷ ରିତିନୀତିରେ ପୂଜା କରନ୍ତୁ ବୋଲି କୋହି ଜଣେ ସୋସିଆଲ ମିଡିଆରେ ଲେଖି ଦେଇଥିଲା । ଯାହା କିଛି ଘଣ୍ଟା ଭିତରେ ଭାଇରାଲ ହୋଇଯାଇଥିଲା । ଯାହାକୁ ଖଣ୍ଡନ କରି କରିବା ସହ ଏହା ଏକ ଗୁଜବ ବୋଲି କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ଏଭଳି ଗୁଜବ ସୃଷ୍ଟି କରିଥିବା ଲୋକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଦାବି କରିଛନ୍ତି । ମାଆ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର କୌଣସି ପରମ୍ପରା ହିଁ ନାହିଁ। ଯେଉଁ ଦୀପ ଏଠାରେ ଜଳିଥାଏ, ତାହା କେବଳ ଭକ୍ତମାନେ ହିଁ ଜାଳିଥାନ୍ତି। ତେଣୁ ମାଆଙ୍କ ପୀଠରେ କୌଣସି ଅଖଣ୍ଡ ଦୀପ ଲିଭିବାର ପ୍ରଶ୍ନ ଉଠୁନାହିଁ। ଖାଲି ସେତିକି ନୁହେଁ, ମାଆଙ୍କ ମଥାର ସିନ୍ଦୂର ଝରି ପଡ଼ିବା ଏବଂ ମାଆଙ୍କ ଶାଢ଼ି ଜଳି ଯାଇଥିବା ସଂପର୍କରେ ଯେଉଁ ଗୁଜବ ଉଠିଛି ତାହା ସଂପୂର୍ଣ୍ଣ ମିଛ ବୋଲି ମନ୍ଦିର ପ୍ରଶାସନ କହିଛି।

   Related Posts