Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କଟକଣା ସହିତ ଗୁଜବ ପ୍ରଚାର, ମୁମ୍ବାଇରୁ ପୁଣି ଥରେ ପ୍ରବାସୀ ଶ୍ରମିକଙ୍କ ପଳାୟନ ଆରମ୍ଭ

5/04/2021 at 4:11 PM

ମୁମ୍ବାଇ ୦୫।୦୪: ଦେଶରେ କରୋନାରେ ସବୁଠୁ ଅଧିକ ପ୍ରକୋପ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ କଟକଣା ଲାଗୁ କରିଛନ୍ତି। ଏହାକୁ ଦେଖି ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବଢି ଯାଇଛି। ଫଳରେ ସେମାନଙ୍କ ଘର ବାହୁଡା ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଲାଣି। ସେମାନଙ୍କ ଅନୁଯାୟୀ ସରକାରଙ୍କ ଏହି ପଦକ୍ଷେପର ପ୍ରଭାବ ସେମାନଙ୍କ ରୋଜଗାର ଉପରେ ପଡିବ। ରାଜ୍ୟ ସରକାର ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିନଥିଲେ ମଧ୍ୟ ଶ୍ରମିକମାନେ ଏହି ଭୟ କରୁଛନ୍ତି ଯେ, ରେଳ ସେବା ଏବଂ ଅନ୍ୟ ସେବା ବନ୍ଦ ହୋଇପାରେ। ପୁଣି ଥରେ ସେମାନଙ୍କୁ ଗତ ବର୍ଷ ପରି ସମସ୍ୟା ଭୋଗିବାକୁ ପଡିପାରେ।

ଲକ୍‌ଡାଉନ୍‌ ଆଶଙ୍କାକୁ ଦୃଷ୍ଟିରେ ରଖି ଅନେକ ଶ୍ରମିକ ସହର ଛାଡି ପଳାୟନ କରିବାରେ ଲାଗିଛନ୍ତି। ଗତ ଦୁଇ ଦିନ ହେବ ପଳାୟନ କରୁଥିବା ଶ୍ରମିକଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି। ଅନେକଙ୍କ କହିବା କଥା ଟ୍ରେନ ସେବା ବନ୍ଦ ହେବା ପୂର୍ବରୁ ସହର ଛାଡି ଚାଲିଯିବା ଉଚିତ୍।

ଗତ ବର୍ଷ ପରି ଷ୍ଟେସନଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳୁନଥିଲେ ବି ବଡ ସଂଖ୍ୟାରେ ଶ୍ରମିକ ଘରମୁହାଁ ହେବାରେ ଲାଗିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ବିହାର, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଯିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଦେଖିବାକୁ ମିଳିଥିଲା।

ଏଥର ମଧ୍ୟ ଉତ୍ତର ପ୍ରଦେଶ ଏବଂ ବିହାର ଯାତ୍ରା କରୁଥିବା  ଟ୍ରେନରେ ଲୋକଙ୍କ ସଂଖ୍ୟା ଦୁଇ ଗୁଣ ବଢିଥିବା ଜଣା ପଡିଛି। ରବିବାର ଯେବେ ଉଦ୍ଧବ ଠାକରେ ସରକାର ନୂତନ କଟକଣା ଘୋଷଣା କଲେ , ତା ପୂର୍ବରୁ ଅନେକ ଶ୍ରମିକ ଘରକୁ ଯିବା ପାଇଁ ଟିକେଟ୍ ବୁକିଂ କରି ସାରିଥିଲେ। ଆଉ କିଛି କଟକଣା ଖବର ଶୁଣିବା ମାତ୍ରେ ଷ୍ଟେସନରେ ପହଞ୍ଚି ଯାଇଥିଲେ।

ଭିଡ ନିୟନ୍ତ୍ରଣ ପାଇଁ ଏଲଟିଟିରେ ମୁତୟନ ରେଲଓ୍ଵେ ସୁରକ୍ଷା ବଳ(ଆରପିଏଫ)ର ଜଣେ ଗାର୍ଡ କହିଛନ୍ତି, ଗତ ଦୁଇ ଦିନ  ହେବ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟାରେ ଦୁଇ ଗୁଣ ବୃଦ୍ଧି ଦେଖିବାକୁ ମିଳୁଛି। ପ୍ରବାସୀ ଶ୍ରମିକ ନିଜ ଘର ଅଭିମୁଖେ ପଳାୟନ କରିବାରେ ଲାଗିଛନ୍ତି। କିନ୍ତୁ ଗତ ବର୍ଷ ଭିଡ ତୂଳନାରେ ଏଥର ବହୁତ କମ ଭିଡ ରହିଛି।

   Related Posts