ଶ୍ରୀଜଗନ୍ନାଥଙ୍କୁ ନେଇ ଗୁଜବ : ସତରେ କଣ ମାଳିକା କଥା ସତ କରିବାକୁ ଲୀଳା କଲେ ଶ୍ରୀଜିଉ

Published By : Prameya-News7 Bureau | May 11, 2019 IST

ପୁରୀ ୧୧|୫:  ବାତ୍ୟା ଫୋନି ପରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଜନସାଧାରଣରେ ବ୍ୟାପି ଚାଲିଛି ନାନାଦି କଥା ନାନାଦି ଚର୍ଚ୍ଚା ନାନାଦି ଗୁଜବ । କିଏ କହିଲାଣି ଠାକୁରଙ୍କର ଏହା କଳିକୀ ରୂପ। କିଏ କହିଲାଣି ଠାକୁର ଛାଡ଼ିଦେଲେଣି ମନ୍ଦିର । କାହିଁକି ଏମିତି ଚର୍ଚ୍ଚା। ବାତ୍ୟା ଫୋନି ଏମିତି ଚର୍ଚ୍ଚା ପାଇଁ ଲୋକଙ୍କ ମୁହଁରେ କଥା ଦେଇଛି। ପ୍ରଭୁ କୁଆଡେ ଛାଡ଼ିଦେଲେ ଶ୍ରୀମନ୍ଦିର। ଆଉ ମନ୍ଦିର ଉପରେ ନୀଳକନ୍ଦର ଉପରେ ପଡ଼ିଲା ଏଭଳି ବିପତ୍ତି।

{"id":110810}

କାହିଁକି କୋପ କଲେ ଶ୍ରୀଜଗନ୍ନାଥ। କାହିଁକି କୋପ କଲେ ବିଶ୍ବନିୟନ୍ତା। ସେ ନିଜ ଚାହିଁଲେ ତେଣୁ ଏସବୁ ହେଲା। ନ ହେଲେ ଏମିତି ବିପତ୍ତି ଦେଖା ନଥିଲା । ନହେଲେ କାହିଁକି ଖିନ୍‌ଭିନ୍ ହୋଇଥାନ୍ତା ପତିତ ପାବନ ପତାକା । କଡ଼ ଲେଉଟେଇଲା ନୀଳଚକ୍ର ।

{"id":110813}

କୋଇଲି ବୈକୁଣ୍ଠ ବାତ୍ୟା ପ୍ରକୋପ​‌ରେ ଛାରଖାର । ସତ୍ୟ ଯୁଗର କଳ୍ପବଟ ଏବେ ହୋଇଛି ଶାଖାଶୂନ୍ୟ । ଗର୍ଭଗୃହରେ ଜମି ରହିଲା ପାଣି। ବର୍ଷା ପାଣିରେ ତିନ୍ତି ଜୁଡୁବୁଡୁ ହେଲେ ଗୋବର୍ଦ୍ଧନଧାରୀ ମହାବାହୁ।

{"id":110811}

ଅମାବାସ୍ୟା ନାରାୟଣ ବାଟ ପାଇଲେନି । ତିନି ଘଣ୍ଟା କାଳ ଅଟକି ରହିଲା ନୀତି । ଝର ଝର ପାଣି ଝରି ଅଁଳା ଚଉରାର ଫାଟ ଦିଶିଲା । ସରସର ତିନ୍ତିଗଲା ଠାକୁରଙ୍କ ଶ୍ରୀଅଙ୍ଗବସ୍ତ୍ର ଭଣ୍ଡାର । ଶ୍ରୀବତ୍ସ ଖଣ୍ଡଶାଳ ଶ୍ରୀମନ୍ଦିର ଚୂଡ଼ାର ପଥରକୁ ଦୋହଲାଇ ଦେଲା ବାତ୍ୟା ଫୋନି ।

{"id":110812}

ଏବେ ଲୋକଙ୍କ ମୁହିଁରେ ଖାଲି ମାଳିକା ଚର୍ଚ୍ଚା। ସତରେ କଣ ମାଳିକା କଥା ସତ କରିବାକୁ ଓହ୍ଲାଇଲେ ଶ୍ରୀଜଗନ୍ନାଥ।  ସତରେ କ’ଣ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଛାଡ଼ି ଛତିଆ ବାଟ ଧରିଲେ? ବର୍ଷ ବର୍ଷର ବିଶ୍ବାସକୁ ନେଇ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ଆଧାରକୁ ଦୋହଲାଇ ଦେଇଛି ବାତ୍ୟା ଫୋନି । ବାଟରେ ଘାଟରେ ଏ ସବୁ ଚାପା ଗୁଞ୍ଜରଣ ସହ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଉପସ୍ଥିତିକୁ ନେଇ ଆତଙ୍କିତ ଭକ୍ତଗଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.