Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆଜିଠୁ ବଦଳିଯିବ ସିଲିଣ୍ଡର ବୁକିଂ ସହ ବ୍ୟାଙ୍କିଂ ନିୟମ, ଜାଣନ୍ତୁ କ’ଣ ପଡିବ ପ୍ରଭାବ…

1/11/2020 at 9:36 AM

ନୂଆଦିଲ୍ଲୀ ୦୧।୧୦ : ଆଜିଠୁ ସାରା ଦେଶରେ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଗ୍ୟାସ୍ ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହି ନୂଆ ନିୟମମାନ ଜାରି ହେବ। ତେଣୁ ଏହି ନିୟମଗୁଡ଼ିକୁ ଜାଣି ରଖିବା ଆପଣଙ୍କ ପାଇଁ ବେଶ ଜରୁରୀ। ଜାଣନ୍ତୁ ନୂଆ ନିୟମ କଣ କଣ :

ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମରେ ପରିବର୍ତ୍ତନ

ନଭେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିଯିବ। ଗ୍ୟାସ୍ ଡେଲିଭରି ପାଇଁ ଓଟିପି ବାଧ୍ୟତାମୂଳକ । ସାରା ଦେଶରେ ଆଜିଠୁ ଗ୍ୟାସ୍ ଡେଲିଭରିକୁ ନେଇ ଏକ ନୂଆ ନିୟମ ଜାରି ହେବାକୁ ଯାଉଛି। ତୈଳ କମ୍ପାନୀ ୧ ତାରିଖରୁ ଡେଲିଭରି ଅଥେଣ୍ଟିକେସନ୍ କୋଡ (DAC) ସିଷ୍ଟମ ଲାଗୁ କରିବ। ଏହାଫଳରେ ଡେଲିଭରି ବୟଠାରୁ ଗ୍ୟାସ୍ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଓଟିପି ନମ୍ବର ଦେଖାଇବାକୁ ପଡ଼ିବ। ଓଟିପି ନମ୍ବର ବିନା ଗ୍ରାହକମାନେ ଏଥର ଆଉ ଗ୍ୟାସ୍ ପାଇପାରିବେ ନାହିଁ। ଓଟିପି ସିଷ୍ଟମ ସହ ମ୍ୟାଚ ହେବାପରେ ସିଲିଣ୍ଡର ଡେ଼ଲିଭର ହେବ।

ଇଣ୍ଡେନ ଗ୍ୟାସ ବୁକିଂ ନମ୍ବର ପରିବର୍ତ୍ତନ

ଯଦି ଆପଣ ଇଣ୍ଡେନ ଗ୍ୟାସ ଗ୍ରାହକ ତାହେଲେ ଆଉ ପୁରୁଣା ନମ୍ବରରେ ଗ୍ୟାସ ବୁକିଂ କରିପାରିବେ ନାହିଁ। ଇଣ୍ଡେନ ନିଜର ଏଲପିଜି ଗ୍ରାହକଙ୍କୁ ତାଙ୍କର ପଞ୍ଜିକୃତ ମୋବାଇଲ ନମ୍ବରକୁ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ପଠାଇଛି। ବର୍ତ୍ତମାନ ଇଣ୍ଡେନ ଗ୍ରାହକଙ୍କୁ ସିଲିଣ୍ଡର ବୁକିଂ ପାଇଁ 7718955555 ଏହି ନମ୍ବରରେ କଲ କିମ୍ବା ଏସଏମଏସ କରିବାକୁ ହେବ।

ବଦଳିଲା ଗ୍ୟାସ ସିଲିଣ୍ଡର ଦାମ

ଦେଶର ସରକାରୀ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର୍ ଦାମ୍ ନିର୍ଣ୍ଣୟ କରିଥାଏ। କେବେ ଦାମ୍ ବୃଦ୍ଧି ପାଇଥାଏ ତ ପୁଣି କେବେ ହ୍ରାସ ପାଇଥାଏ। ନଭେମ୍ଭରରେ ଗ୍ୟାସ୍‌   ସିଲିଣ୍ଡର ଦାମ୍ ବଦଳିପାରେ। ଅକ୍ଟୋବର ମାସରେ ତୈଳ କମ୍ପାନୀ କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି କରିଥିଲା। 

ବଦଳିବ ଟ୍ରେନ୍ ଟାଇମ୍ ଟେବୁଲ୍

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ୧ ତାରିଖରୁ ଭାରତୀୟ ରେଳ ସାରା ଦେଶର ଟ୍ରେନ୍ ଟାଇମ୍ ବଦଳାଇବାକୁ ଯାଉଛି। ୧ ତାରିଖରୁ ନୂଆ ଟାଇମ ଟେବୁଲ ଜାରି ହେବ। ୧୩ ହଜାର ଯାତ୍ରୀବାହୀ ଟ୍ରେନ୍ ଓ ୭ ହଜାର ମାଲବାହୀ ଟ୍ରେନ୍ ଟାଇମ୍ ବଦଳିଯିବ। ଦେଶର ୩୦ ରାଜଧାନୀ ଟ୍ରେନ୍ ଟାଇମ୍ ଟେବୁଲ୍ ମଧ୍ୟ ୧ ତାରିଖରୁ ବଦଳିଯିବ। ୧ ତାରିଖରୁ ପ୍ରତ୍ୟେକ ବୁଧବାର ଛାଡି ଚଣ୍ଡୀଗଡ଼ରୁ ନୂଆଦିଲ୍ଲୀ ମଧ୍ୟରେ ତେଜସ୍ ଏକ୍ସପ୍ରେସ୍ ଚାଲିବ।

ଏସବିଆଇ ସେଭିଂ ଆକାଉଣ୍ଟରେ କମ୍ ସୁଧ ମିଳିବ

ନଭେମ୍ବର ୧ ତାରିଖରୁ ଏସବିଆଇର ମଧ୍ୟ କିଛି ନିୟମ ପରିବର୍ତ୍ତନ ହେବ। ଏସବିଆଇ ଶେଭିଂ ଖାତାରେ କମ ସୁଧ ମିଳିବ। ୧ ତାରିଖରୁ ଯେଉଁ ଶେଭିଂ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଯାଏଁ ରାଶି ଜମା ଅଛି ସେଥିରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ ପାଇ ୩.୨୫ ପ୍ରତିଶତ ହେବ। ଏକ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା ଥିଲେ ରେପୋ ରେଟ ଅନୁସାରେ ସୁଧ ମିଳିବ।

   Related Posts