ପୂଜାଘରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଜିନିଷ , ଅନ୍ୟଥା ପ୍ରସ୍ତୁତ ରହନ୍ତୁ ଭୋଗିବାକୁ ପରିଣାମ!!!

Published By : Prameya-News7 Bureau | December 30, 2018 IST

wp:heading {"level":5}
ଘରେ ଭଗବାନଙ୍କ ସ୍ଥାନ କିମ୍ବା ପୂଜାଘର ସବୁ ବେଳେ ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ୍। ଉତ୍ତର-ପୂର୍ବ ଦିଗରେ ଭଗବାନଙ୍କ ପୂଜା କରିଲେ ଘରେ ଏବଂ ଘର ଲୋକଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ସଂଚାର ହୁଏ। ଘରେ ଇଶ୍ୱରଙ୍କ କୃପା ପାଇଁ ବାସ୍ତୁ ଦୋଷମୁକ୍ତ ସ୍ଥାନରେ ପୂଜା ହବା ଆବଶ୍ୟକ। ଘରେ ପୂଜା ହେବା ସମୟରେ କିଛି ଖାସ ନିୟମ ପାଳନ କରାଯାଏ। ସେଗୁଡିକ ହେଲା-
/wp:heading {"id":68788,"width":550,"height":733}
wp:heading {"level":5}
 ୧. ପୂଜାଘରେ ଶ୍ରୀଗଣେଶଙ୍କର ପ୍ରତିମା ରହିବା ଅନୁଚିତ । ଏହା ଦ୍ବାରା ଶୁଭ କାର୍ଯ୍ୟରେ ବିଘ୍ନ ହୋଇଥାଏ।
/wp:heading wp:heading {"level":5}
୨.ବାସ୍ତୁଶାସ୍ତ୍ର ଅନୁସାରେ  ପୂଜାଘର ସବୁବଳେ ଉତ୍ତର କିମ୍ୱା ପୂର୍ବ ଦିଗରେ ରହିବା ଶୁଭ । ପଶ୍ଚମ କିମ୍ୱା ଦକ୍ଷିଣ ଦିଗରେ ପୂଜାଘର ଅଶୁଭ ।
/wp:heading wp:heading {"level":5}
୩. ପୂଜାଘରେ ୨ଟି ଶଂଙ୍ଖ ରହିବା ଅଶୁଭ ।
/wp:heading {"id":68790,"width":551,"height":641}

୪. ପୂଜାଘର ଠିକ ଉପରେ କିମ୍ୱା ଆଖ ପାଖରେ ଶୌଚାଳୟ ରହିବା ଅନୁଚିତ।

wp:heading {"level":5}
୫. କେହି କେହି ରଷେଇ ଘରେ ଠାକୁରଙ୍କୁ ରଖି ପୂଜା କରନ୍ତି । ଏଭଳି ଜମା କରିବା କଥା ନୁହଁ।  
/wp:heading wp:heading {"level":5}
୬. ଘରେ ଥିବା ସିଢି ତଳେ କିମ୍ୱା ଘରର ସର୍ବନିମ୍ନରେ ମନ୍ଦିର ତିଆରି କରିବା ଅନୁଚିତ। କାରଣ ଏହି ସ୍ଥାନରେ ପୂଜାର ମହତ୍ୱ ରହେନି।
/wp:heading

୭.ପୂଜାଘରେ ବଡ ମୂର୍ତ୍ତି ରହିବା ଅଶୁଭ । ଯଦି ଘରେ ଶିବ ଲିଙ୍ଗ ରହେ ତାହାଲେ ଆଂଗୁଠି ଆକାର  ଲିଙ୍ଗ ରଖିବା ଉଚିତ୍।

{"id":68792}

୮. ପୂଜାଘରେ ଅଧିକ ମୂର୍ତ୍ତି ରଖିବା ଉଚିତ୍ ନୁହଁ।

୯. ଭଗବାନଙ୍କ ମୂର୍ତ୍ତିଗୁଡିକ ପରସ୍ପରଠାରୁ ଅନ୍ୟୂନ ୧ଇଂଚ ବ୍ୟବଧାନରେ ରହିବା ଉଚିତ୍।

୧୦. ଗୋଟେ ଘରେ ଏକାଧିକ ପୂଜାଘର ରହିଲେ ମାନସିକ, ଶାରୀରିକ ଏବଂ ଆର୍ଥିକ ସମସ୍ୟା ବଢିଥାଏ।

୧୧. ପୂଜାଘରେ ହେଉ କି ମନ୍ଦିରରେ କେବେ ବି ଭଂଗା ମୂର୍ତ୍ତି ରହିବା ଅନୁଚିତ । ଭାଂଗିଯାଇଥିବା ମୂର୍ତ୍ତିକୁ ପ୍ରବାହିତ ନଦୀ ଜଳରେ ବିସର୍ଜ୍ଜନ କରିଦେବା ବିଧେୟ ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.