ତୁଳସୀ ଚଉରା ମୂଳେ ଦୀପ ଜାଳିବା ବେଳେ ଏହି ନିୟମ ନିଶ୍ଚୟ ପାଳନ କରନ୍ତୁ , ନହେଲେ ମଙ୍ଗଳ ଅପେକ୍ଷା ବେଶୀ ଅନିଷ୍ଠ ହେବ

Published By : Prameya-News7 Bureau | December 31, 2018 IST

ପବିତ୍ର ତୁଳସୀ ଗଛରେ ଔଷଧିୟ ଗୁଣ ଭରପୁର ରହିଛି ।  ଏହା ସହ ତୁଳସୀଙ୍କୁ ଧନ ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ସକାଳ ସଂଧ୍ୟାରେ ମଙ୍ଗଳକାମନା କରି ତୁଳସୀଙ୍କୁ ପୂଜା କରାଯାଏ, ଦୀପ ଦିଆଯାଏ। ହିନ୍ଦୁ ଘରେ ସଂଧ୍ୟାରେ ତୁଳସୀ ଗଛ ତଳେ ଦୀପ ଜଳିବା ବିଧି ରହିଛି। କାରଣ ଏହା ଦରିଦ୍ରତା ଦୂର କରିଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରନ୍ତି। ତୁଳସୀ ଚଉରା ମୂଳେ ଦୀପ ଜାଳିବାର କିଛି ବିଧି ରହିଛି । ଏହି ବିଧି ପାଳନ ନକଲେ ଦୀପ ଜାଳିବାର ସୁଫଳ ମିଳିନଥାଏ । ତେଣୁ ତୁଳସୀଙ୍କ ନିକଟରେ ଦୀପ ଜାଳିବା ପୂର୍ବରୁ ନିଶ୍ଚୟ ଏହି ବିଧି ପାଳନ କରନ୍ତୁ ।

{"id":69142}

ପ୍ରଥମ କଥାଟି ହେଲା ତୁଳସୀ ଗଛ ତଳେ ଦୀପ ତଳେ ରଖି ଜାଳିବା ଅନୁଚିତ। ଦୀପ ପାଇଁ ଆସନର ଆବଶ୍ୟକତା ଥାଏ । ଆସନ କହିଲେ ଏକ ଛୋଟିଆ ଆସ୍ଥାନ ।  ଚାଉଳ ମା ଲକ୍ଷ୍ମୀଙ୍କର ପ୍ରିୟ। ତେଣୁ ଦୀପ ପାଇଁ ଚାଉଳର ଛୋଟିଆ ଆସ୍ଥାନଟିଏ କରି ତା ଉପରେ ଦୀପ ପ୍ରଜ୍ବଳନ କଲେ ମାଁ ଲକ୍ଷ୍ମୀ ଖୁସୀ ହୋଇନ୍ତି ।  ମାଁ ଲକ୍ଷ୍ମୀଙ୍କୁ ଚଂଚଳା କୁହାଯାଏ। ମାଁ ଲକ୍ଷ୍ମୀଙ୍କୁ ସ୍ଥାୟୀବାବେ ଘରେ ରଖିବାକୁ ହେଲେ ଚାଉଳ ଆସନ ଉପରେ ଦୀପ ପ୍ରଜ୍ବଳନର ଆବଶ୍ୟକତା ରହିଛି ।

{"id":69144,"width":590,"height":394}

କୁହାଯାଏ ଦୀପମ ଜ୍ୟୋତି ପରଂବ୍ରହ୍ମ, ଦୀପମ ଜ୍ୟୋତି ଜନାର୍ଦ୍ଦନ । ହିନ୍ଦୁ ଧର୍ମରେ ଦୀପଙ୍କୁ ଦେବତାଭାବେ ପରିଗଣିତ କରାଯାଏ ।  ଏହି କାରଣରୁ ତୁଳସୀଗଛ ତଳେ ଦୀପ ଜଳେଇଲା ସମୟରେ ଚାଉଳର ଆସନ ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.