ନୂଆ କାର କିଣିବା ସମୟରେ ଏହି ୫ଟି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ
21/11/2019 at 8:42 AM

ନୂଆ କାର କିଣିବା ସମୟରେ ଏହି ୫ଟି ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ। କାର କିଣିବା ସମୟରେ ଡିସକାଉଣ୍ଟ, କାର ଏସେସରୀଜ, ଶୋ’ରୁମ୍ ଦାମ ସହ ବଜେଟର ମଧ୍ୟ ଧ୍ୟାନ ରଖିବା ଉଚିତ୍।
ଜିସକାଉଣ୍ଟ- ନୂଆ କାର କିଣିବା ସମୟରେ ପ୍ରଥମେ ସବୁ ସୂଚନା ବିଷୟରେ ଜାଣିବା ଆବଶ୍ୟକ। ଏହା ସହ କାର ଡିଲରଙ୍କ ସହ ଡିସକାଉଣ୍ଟ ବିଷୟରେ କଥା ବାର୍ତ୍ତା ହେବା ଜରୁରୀ। ଏହା ଦ୍ବାରା ନିଜ ବଜେଟ୍ ହିସାବରେ କାର କିଣିବା ସୁବିଧା ହେବ।

କାର ଏକସେସରୀଜ୍- କାର କିଣିବା ପୂର୍ବରୁ କାର ଡିଲରଙ୍କଠାରୁ ସବୁ ପ୍ରକାରର ଏକସେସରିଜ୍ ବିଷୟରେ ଜାଣିବା ଜରୁରୀ। କାରଣ ଏକସେସରୀଜର ଡିସକାଉଣ୍ଟ ନେଇ କାରର ବଜେଟ ବିଷୟରେ ଅନୁମାନ କରିହେବ।
କାରର ଦାମ- କାର କିଣିବା ପୂର୍ବରୁ ଅଲଗା ଅଲଗା ଶୋରୁମ ଯାଇ କାରର ଦାମ ବିଷୟରେ ଜାଣିବା ଜରୁରୀ। କାରଣ କାରର ଦାମ ସବୁ ଶୋରୁମ୍ରେ ଅଲଗା ଥାଇପାରେ। କାରଣ ସବୁ କମ୍ପାନୀ ନିଜ ନିଜର ଡିସକାଉଣ୍ଟ ରଖିଥାନ୍ତି।ଏଥିପାଇଁ ଯେଉଁ ଶୋରୁମ୍ରେ କାରର ଦାମ କମ୍ ଥିବା ସେହି ଶୋରୁମ୍ରୁ କାର କିଣିବା ଉଚିତ୍।

ବଜେଟ୍- କାର କିଣିବା ପୂର୍ବରୁ ବଜେଟ୍ ଫାଇନାଲ କରିବା ଆବଶ୍ୟକ । କାରଣ ବଜେଟ୍ ଫିକ୍ସ ନକରି କାର କିଣିଲେ ଅନେକ ଅସୁବିଧା ହୋଇଥାଏ।
ପରିବାର କଥା ଭାବି କାର କିଣିବା ଉଚିତ୍- ନୂଆ କାର କିଣିବା ସମୟରେ ପରିବାର ବିଷୟରେ ଭାବିବା ଜରୁରୀ। ପରିବାରରେ ଅଧିକ ଲୋକ ଥିଲେ ବଡ କାର ନେବା ଜରୁରୀ ଓ ସେହି ହିସାବରେ କାରର ବଜେଟ୍ ଫିକ୍ସ କରିବା ଉଚିତ୍।