ସ୍ବାମୀ ସ୍ତ୍ରୀଙ୍କ ଶୟନ କକ୍ଷରେ ଏହି ଜିନିଷ ରହିବା ଅନୁଚିତ୍

Published By : Prameya-News7 Bureau | June 16, 2019 IST

ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। କିନ୍ତୁ କିଛି ସମସ୍ୟାର ସମାଧାନ ମଣିଷ ହାତରେ ଥାଇ ମଧ୍ୟ ସେ ଜାଣି ପାରିନଥାଏ। ସମସ୍ତେ ଜୀବନରେ ସୁଖ ଚାହାନ୍ତି। ହେଲେ କେବେ କେବେ ଘରେ ହେଉଥିବା ଅସୁବିଧା ଘର ଲୋକଙ୍କ ପାଇଁ ଭୋଗିବାକୁ ପଡେ। ତେବେ ଏଭଳି କୌଣସି ସମସ୍ୟାରୁ ବାହାରିବାକୁ ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ନିୟମ ଉପରେ ଧ୍ୟାନ ଦେବାକୁ ପଡିବ।  -

- ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଦର୍ପଣ ଲଗାଇବା ଅନୁଚିତ୍‌।

- ସେହିଭଳି ଶୋଇବା ଘରେ ଡ୍ରେସିଙ୍ଗ ଟେବୁଲ୍‌ ରଖିଲେ ପଲଙ୍କର ଡାହାଣ ବା ବାମ ପାର୍ଶ୍ବରେ ରଖିବା ଉଚିତ୍‌। ପଲଙ୍କ ସାମ୍ନାରେ ଡ୍ରେସିଙ୍ଗ ଟେବୁଲ୍‌ ରଖିବା ଅଶୁଭ ।

- ଶୋଇବା ଘରେ ତକିଆ ପାଖରେ କେବେ ଚପଲ, ଝାଡୁ, ପାଣି, ଘଡି ଓ ମୋବାଇଲ ରଖିବା ଅନୁଚିତ୍‌।

- ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘର ପ୍ରବେଶ ଦ୍ବାରର ସାମ୍ନାକୁ ଗୋଡ କରି ଶୋଇବା ଅଶୁଭ।

- ବେଡରୁମ୍‌ରେ ଶୋଇବା ସମୟରେ ମଣିଷର ମୁହଁ ସର୍ବଦା ପ୍ରବେଶ ଦ୍ବାର ସାମ୍ନାକୁ ହେବା ଉଚିତ୍‌।

- ଖଟରେ ଚିରା ବା ଫଟା ବେଡଶିଟ୍‌ ପକାଇ ଶୋଇବା ଅଶୁଭ।

ଏହି ଜିନିଷର ପାଳନ ନକରିଲେ ଘରେ ଅଶାନ୍ତି ହୋଇଥାଏ। ତେବେ ବେଡରୁମ୍‌ରେ ଏଭଳି ନିୟମ ପାଳନ କରିଲେ ଘରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସେ। ଏହା ସହ ଘରେ  ସୁଖ-ସମୃଦ୍ଧି ଆସିଥାଏ  । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.