Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବଦଳିବାକୁ ଯାଉଛି ଗାଡ଼ି ଟାୟାର ସମ୍ପର୍କିତ ନିୟମ, ଅକ୍ଟୋବର ୨୦୨୨ରୁ କଢ଼ା ହୋଇଯିବ ପୂରୁଣା

25/05/2021 at 7:59 PM

ନୂଆଦିଲ୍ଲୀ ୨୫।୫:    କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ୧ ଅକ୍ଟୋବର ୨୦୨୧ରୁ ଗାଡ଼ିର ଟାୟର ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମ ନୂଆ ଟାୟାର ଲାଗି ଚଳିତବର୍ଷ ଅକ୍ଟୋବର ମାସରୁ ଲାଗୁ ହେବ। ପୂରୁଣା ଟାୟାର ବଦଳାଇାକୁ ମଧ୍ୟ ସରକାର ଦିନାଙ୍କ ଧାର୍ଯ୍ୟ କରିଛନ୍ତି। ୧ ଅକ୍ଚୋବର ୨୦୨୨ ସୁଧା ଆପଣଙ୍କୁ ଗାଡ଼ିର ପୁରୁଣା ଟାୟାର କାଢିବାକୁ ହେବ। ଏଣୁ ଏପର୍ଯ୍ୟନ୍ତ ଆପଣ ଯେଉଁ ଟାୟାରରେ ଗାଡ଼ି ଚଳାଉଥିଲେ ଅକ୍ଟୋବର ୨୦୨୨ ପରେ  ସେହି ଟାୟାରରେ ଆଉ ଗାଡ଼ି ଚଳାଇ ପାରିବେ ନାହିଁ।

ମନ୍ତ୍ରାଳୟ କାର, ବସ୍‌ ଓ ଟ୍ରକ୍‌ ଟାୟାର ନିୟମରେ ପରିବର୍ତ୍ତନ କରିବା ଲାଗି ଚିଠାପ୍ରସ୍ତାବ ପ୍ରସ୍ତୁତ କରିସାରିଛନ୍ତି।  ଏବେ ନୋଟିଫିକେସନ ଲାଗୁ ହେଲେ କମ୍ପାନୀମାନେ ସେହି ଦିଶା ନିର୍ଦ୍ଦେଶରେ ଗାଡ଼ି ଟାୟାର ପ୍ରସ୍ତୁତ କରିବେ। ଏଭଳିଟାୟାରର ରୋଲିଂ ରେଜିଷ୍ଟାନ୍ସ ପୂରୁଣା କାଳିଆ ଟାୟାର ଅପେକ୍ଷା ସର୍ବୋତ୍ତମ ହେବ। ବତର ସଡ଼କକୁ ଜାବୁଡି ଧରି ଟାୟାର ଚାଲିବ। ଏଥିରେ ଓଦା ସରସର ସଡକରେ ବ୍ରେକ୍‌ ଲଗାଇଲେ ଚକ୍ ଖସଡିବନି କି ଦୁର୍ଘଟଣା ହେବନି। ସେହିପରି ପାରମ୍ପରିକ ଟାୟାରରେ ଗାଡ଼ି ଚଳାଇବା ବେଳେ ହେଉଥିବା ଶବ୍ଦ ବାହାରିବନି।

ଏପରି ଟାୟାର ଯୋଗୁ ଆପଣଙ୍କ ଗାଡି ଇନ୍ଧନ ଦକ୍ଷ ହେବ। ଓଦା ଚଟାଣରେ ଟାୟାରର ଗ୍ରିପ୍‌ ମଜଭୁତ ହେବ। ସେହିପରି ନୂଆ ନିୟମରେ ସାଉଣ୍ଡ ଇମିସନ ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଶବ୍ଦ ପ୍ରଦୂଷଣ ମଧ୍ୟ ହେବନି। ଟାୟାର ପାଇଁ ନିୟମ ବଦଳାଇବା ନିମନ୍ତେ ସରକାର ଜନତାଙ୍କଠାରୁ ମଧ୍ୟ ପରାମର୍ଶ ଆହ୍ୱାନ କରିଛନ୍ତି। ଯଦି କେହି ମତମନ୍ତବ୍ୟ ଦେବାକୁ ଚାହିଁବେ ତେବେ ମନ୍ତ୍ରାଳୟଙ୍କ ୱେବ୍‌ ସାଇଟ୍‌ କମେଣ୍ଟ ବକ୍ସକୁ ଯାଇ ମତାମତ ଦେଇପାରିବେ।

   Related Posts