ରୋହିତ ଓ ଇଶାନ୍ତଙ୍କ ପାଇଁ ଏହି ନିୟମରେ ପରିବର୍ତ୍ତନ କରିବ କ୍ରିକେଟ ଅଷ୍ଟ୍ରେଲିଆ ! ବିସିସିଆଇ କରୁଛି ଅନୁରୋଧ

Published By : Prameya-News7 Bureau | November 26, 2020 IST

ସିଡନୀ,୨୬|୧୧:   ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିପାରନ୍ତି । କିନ୍ତୁ ଏହି ଦୁଇ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ବିସିସିଆଇ ପକ୍ଷରୁ କ୍ରିକେଟ୍ ଅଷ୍ଟ୍ରେଲିଆ ବା ସିଏକୁ ଏକ ଅନୁରୋଧ କରାଯାଇଛି । ଇଶାନ୍ତ ଓ ରୋହିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମରେ ପରିବର୍ତ୍ତନ କରିବାକୁ ବିସିସିଆଇ ସିଏକୁ  କହିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିସିସିଆଇ ସିଏ ଆଗରେ ଦାବି କରିଛି ଯେ, ରୋହିତ ଓ ଇଶାନ୍ତଙ୍କ ପାଇଁ କ୍ୱାରେଣ୍ଟାଇନ୍ ନିୟମକୁ କୋହଳ କରାଯାଉ । ଫଳରେ ଉଭୟ ଖେଳାଳି ଦଳ ପାଇଁ ଉପଲବ୍ଧ ହୋଇପାରିବେ । ଏବେ ଅଷ୍ଟ୍ରେଲିଆରେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ନିୟମ ରହିଛି । ଏଥିରେ କୋହଳ କରାଗଲେ ରୋହିତ ଓ ଇଶାନ୍ତ ଟେଷ୍ଟ୍ ଖେଳିପାରିବେ ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବିସିସିଆଇ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ନିରନ୍ତର ଭାବେ ଯୋଗାଯୋଗ କରୁଛି । କ୍ୱାରେଣ୍ଟାଇନ୍ ନିୟମରେ ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି । ଯଦି ସିଏ ବିସିସିଆଇର ଦାବିକୁ ଅଗ୍ରାହ୍ୟ କରିଦିଏ ତେବେ ଇଶାନ୍ତ ଓ ରୋହିତ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । ଏପରି ହେଲେ ବିନା କୌଣସି ପ୍ରାକ୍ଟିସରେ ଉଭୟ ଖେଳାଳି ସିଧା ତୃତୀୟ ଟେଷ୍ଟ୍ ଖେଳିବେ ।

ସୂଚନାଯୋଗ୍ୟ, ଉଭୟ ଇଶାନ୍ତ ଓ ରୋହିତ ଆଇପିଏଲ-୨୦୨୦ରେ ଆହତ ହୋଇଥିଲେ । କିନ୍ତୁ ରୋହିତ ଫର୍ମକୁ ଫେରି ଆଇପିଏଲ ଫାଇନାଲରେ ଜବରଦସ୍ତ ଅର୍ଧଶତକ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.