ମନି ପ୍ଲାଣ୍ଟ ଲଗାଇବାର ନିୟମ: ଜାଣନ୍ତୁ କ’ଣ କହିଥାଏ ବାସ୍ତୁ

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩/୦୬: ଜନସାଧାରଣଙ୍କ ମଧ୍ୟରେ ଏପରି ଏକ ବିଶ୍ୱାସ ଅଛି ଯେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ । ଏହି କାରଣରୁ, ଲୋକମାନେ ଏହି ଉଦ୍ଭିଦକୁ ନିଜ ଘରେ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାନଯାଏ, ତେବେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

{"width":649,"height":365}
Money Plant Growing On Coir Stick//Money plant Tree/Unique Idea For Mone...  | Hanging plants indoor, Plants, Hanging plants

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉପଯୁକ୍ତ ଦିଗ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ । ମନି ପ୍ଲାଣ୍ଟକୁ ଅଗ୍ନି କୋଣ ଅର୍ଥାତ୍ ଦକ୍ଷୀଣ-ପୂର୍ବ ଦିଗରେ ରଖିବାର କାରଣ ହେଉଛି, ଏହି ଦିଗର ଭଗବାନ ଗଣେଶ ଥିବାବେଳେ ଏହାର ପ୍ରତିନିଧୀ ଶୁକ୍ର ଅଟନ୍ତି । ଗଣେଶ ଅମଙ୍ଗଳ ବିନାଶକାରୀ ହୋଇଥିବାବେଳେ ଶୁକ୍ର ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି । ତେଣୁ, ମନି ପ୍ଲାଣ୍ଟକୁ ଅଗ୍ନି କୋଣରେ ଲଗାଇବା ଉପଯୁକ୍ତ ବିବେଚନା କରାଯାଏ ।

ମନି ପ୍ଲାଣ୍ଟକୁ କେବେବି ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ । ଏଥିପାଇଁ ଏହି ଦିଗଟିକୁ ସବୁଠାରୁ ନକାରାତ୍ମକ ବୋଲି ବିବେଚନା କରାଯାଏ, କାରଣ ଉତ୍ତର ଦିଗର ପ୍ରତିନିଧୀ ଦେବଗୁରୁ ବୃହସ୍ପତି ଭାବରେ ବିବେଚନା କରାଯାଏ । ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ଶତ୍ରୁ ସମ୍ପର୍କ ରହିଥାଏ । ତେଣୁ, ଯଦି ଶୁକ୍ର ସହିତ ଜଡିତ ଏହି ଉଦ୍ଭିଦ ଉତ୍ତର-ପୂର୍ବରେ ଲଗାଯାଏ, ତେବେ ତାହା କ୍ଷତି କରିଥାଏ । ଆପଣ ଏହି ଦିଗରେ ତୁଳସୀ ଗଛ ଲଗାଇପାରିବେ ।

 କୁହାଯାଏ ଯେ ଭୂମିରେ ଛୁଇଁଥିବା ମନି ପ୍ଲାଣ୍ଟ ପତ୍ର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ । ତେଣୁ ଏହାକୁ ସର୍ବଦା ଉପରକୁ ମଡାଇ ରଖନ୍ତୁ । ଯଦି ମନି ପ୍ଲାଣ୍ଟର ପତ୍ର ଶୁଖିବା ଆରମ୍ଭ କରେ, ତେବେ ତାହାକୁ ତୁରନ୍ତ ବାହାର କରିଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.