Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଲକଡାଉନ୍‌ ନିୟମ ଭାଙ୍ଗି ବାହାରେ ବୁଲୁଥିବା ଲୋକଙ୍କୁ ପୋଲିସର ନିଆରା ଦଣ୍ଡ, ଥାନାରେ ବସାଇ ଦେଖାଇଲା ଫିଲ୍ମ

6/04/2021 at 4:31 PM

ବୈତୁଲ ୬/୪: କରୋନା ଭୂତାଣୁର ଦ୍ବିତୀୟ ଲହରରେ ପ୍ରଭାବିତ ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ମହାରାଷ୍ଟ୍ର ସଂଲଗ୍ନ  ଜିଲ୍ଲା ବେହତୁଲ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ଏଥିପାଇଁ ସେଠାରେ ୫୬ ଘଣ୍ଟିଆ ଲକ୍‌ଡାଉନ୍‌ ଲଗାଯାଇଛି। କିନ୍ତୁ ଲୋକେ କଟକଣା ଭିତରେ ରହିବାକୁ ନାରାଜ। ବିନା କାରଣରେ ବାହାରକୁ ବାହାରି ଆସୁଛନ୍ତି। ଅମାନିଆଙ୍କୁ ବୁଝାଇ ବୁଝାଇ ନାକେଦମ ହେଲାଣି ପୋଲିସ।

ବାହାନା କରି ଲୋକେ ଲକ୍‌ଡାଉନ୍‌ କଟକଣା ଭାଙ୍ଗିବାରେ ବ୍ୟସ୍ତ ରହୁଥିବା ବେଳେ ପୋଲିସ କିନ୍ତୁ ନାଚାର। ତେବେ ଏଥିରୁ ମୁକ୍ତି ପାଇବାକୁ ବୈତୁଲର ଗଞ୍ଜ ପୋଲିସ ଏକ ନୁଆ ଉପାୟ ଚିନ୍ତା କରିଛି। ଅମାନିଆଙ୍କୁ ପୋଲିସ ଥାନାକୁ ନେଇ କରୋନା ସଚେତନତା ଉପରେ ତିଆରି ହୋଇଥିବା ଆନିମେସନ୍‌ ଫିଲ୍ମ ଦେଖାଉଛି। ସଡ଼କ କଡ଼ରେ ବସି ବଡ଼ ସ୍କ୍ରିନ୍‌ରେ ଫିଲ୍ମ ଦେଖୁଥିବା ଲୋକ କୌଣସି ପାର୍ଟିର ନୁହେଁ ବରଂ ବିନା କାରଣରେ ବୁଲିବାର  ଦଣ୍ଡ ଭୋଗୁଛନ୍ତି।

କିନ୍ତୁ ପୋଲିସ ମତରେ ଏହା ଦଣ୍ଡ ନୁହେଁ ବରଂ ଅମାନିଆକୁ କରୋନା ଭୟାବହତା ସମ୍ପର୍କରେ ବୁଝାଇବାର ସଠିକ ମାଧ୍ୟମ। ଚେକିଂ ବେଳେ ବିନା କାରଣରେ ବୁଲୁଥିବା ଲୋକଙ୍କୁ ଥାନା ପରିସରରେ ପଡ଼ିଥିବା ଚୌକିରେ ବସାଇ ବଡ଼ ପ୍ରୋଜେକ୍ଟରରେ କରୋନା ସଚେତନତାଧର୍ମୀ  ଆନିମେସନ୍‌ ଫିଲ୍ମ ଦେଖାଉଛି ପୋଲିସ। ତେବେ ଅମାନିଆଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବାକୁ ଫିଲ୍ମ ଦେଖାଯାଉଛି। ଏଥିରେ କରୋନାକୁ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ଡିସିପି ବିବେକ କୁମାର ଗୌତମ କହିଛନ୍ତି।

   Related Posts