Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ, କୋଭିଡ଼ ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଜରିମାନା

29/10/2020 at 10:21 AM

ଭଦ୍ରକ ୨୯।୧୦ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ବସିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ  ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ତେବେ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ ।  ମଣ୍ଡପ ଗୁଡିକ ୩ ପାଖ ଆବଦ୍ଧ ହେବାକୁ ଥିବା ବେଳେ ସମ୍ମୁଖ ଭାଗ ମଧ୍ୟ ଆବଦ୍ଧ ହେବ । ପୁରୋହିତ, କର୍ମକର୍ତ୍ତା ଙ୍କୁ ମିଶାଇ ୭ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ମୂର୍ତ୍ତି ଗୁଡିକର ଉଚ୍ଚତା  ୪ଫୁଟ ଅଧିକ ହେବ ନାହିଁ । କମିଟି ପକ୍ଷରୁ ପ୍ରତି ମଣ୍ଡପର ଭିତରେ ଓ ବାହାରେ ସିସିଟିଭି ଲଗାଯିବ ।

କୌଣସି ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମାଇକ ଆଦି ବ୍ୟବହାର ହେବ ନାହିଁ । ଭସାଣ ନିମନ୍ତେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ । କୋଭିଡ-19ର ନିୟମକୁ କୌଣସି ମଣ୍ଡପରେ ଉଲଘଂନ ହେବାର  ଜଣାଗଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନ ଆଦାୟ କରାଯିବ । ଏହାସିହତ କମିଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କମିଟି ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

   Related Posts