ଦିଲ୍ଲୀରେ ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୦୧ - ଦିଲ୍ଲୀ ରାଜପଥରେ ସାଧାରଣ ତନ୍ତ୍ର ଦିବସ ପରେଡ ଅବସରରେ ଗଡିଛି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥର ପ୍ରଜ୍ଞାପନ ମେଢ । ଏହି ପ୍ରଜ୍ଞାପନ ମେଢରେ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ ଓ ଓଡ଼ିଶାର କଳା ସଂସ୍କୃତିକୁ ପ୍ରପଦର୍ଶନ କରାଯାଇଛି । ପ୍ରଜ୍ଞାପନ ମେଢ ଦିଲ୍ଲୀର ରାଜପଥରେ ଗଡିବା ସମୟରେ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ୩୦ ଜଣ ନୃତ୍ୟ ଶିଳ୍ପୀ ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ ।

{"id":216184,"sizeSlug":"large"}

ଚଳିତ ବର୍ଷ ସାଧାରଣ ତନ୍ତ୍ର ପରେଡ୍‌ରେ ବ୍ରାଜିଲ୍‌ର ରାଷ୍ଟ୍ରପତି ଜୟିର ବୋଲସୋନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ପରେଡ୍‌ରେ ଦେଶ ୨୨ଟି ପ୍ରଜ୍ଞାପନ ମେଢକୁ ପ୍ରଦର୍ଶନ କରାଯାଇଛି ।

{"id":216183,"sizeSlug":"large"}

ପୂର୍ବରୁ ୨୦୧୭ ମସିହାରେ ଓଡ଼ିଶାର ଦୋଳଯାତ୍ରା ପ୍ରଜ୍ଞାପନ ମେଢ ଦିଲ୍ଲୀ ପରେଡ୍‌ରେ ସ୍ଥାନ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.