ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର ୧୩|୪: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର । ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣାଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଏଥିପାଇଁ ରଥ-ପଥ ସବୁ ପ୍ରସ୍ତୁତ ହୋଇଗଲାଣି । ରଥ ଖଳାରେ ଭିଡ ଜମିଲାଣି । ଆଜି ଭୋର୍ ୫ଟାରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ଅବକାଶ ପରେ ସାହାଣ ମେଲା ଦର୍ଶନ ପାଇଁ ସୁଯୋଗ ପାଇଥିଲେ ଶ୍ରଦ୍ଧାଳୁ । ଠାକୁରଙ୍କ ଅନ୍ୟାନ୍ୟ ରୀତିନୀତି ସରିବା ପରେ ଅପରାହ୍ନ ୪ଟାରେ ରଥ ଟଣା ହେବ ।

ଏଥର ରୁକୁଣା ରଥଯାତ୍ରା ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କାର ବଜେଟ୍ ହୋଇଛି । ତେବେ ପ୍ରତିବର୍ଷ ଦୁଇ ଦିନ ରଥ ଟଣା ହେଉଥିବା ବେଳେ ଏଥର ଗୋଟିଏ ଦିନରେ ଅଶୋକାଷ୍ଟମୀ ଓ ରାମନବମୀ ପଡ଼ୁଥିବାରୁ ସେଇ ଦିନ ହିଁ ରଥ ଟଣା ଶେଷ କରାଯିବ ।  ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.