ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ, ରଥଯାତ୍ରା ଆୟୋଜନ ନେଇ ମିଳିଲା ସରକାରଙ୍କ ଅନୁମତି

Published By : Prameya-News7 Bureau | April 09, 2021 IST

ଭୁବନେଶ୍ବର ୯।୪: ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ । ରୁକୁଣା ରଥଯାତ୍ରା ନେଇ ମିଳିଲା ସରକାରଙ୍କ ଅନୁମତି । ବିନା ଭକ୍ତରେ ରଥଯାତ୍ରା ଆୟୋଜନ ନେଇ SOP ଜାରି କଲା ବିଏମସି । ରୁକୁଣା ରଥକୁ ମିଳିଲା ଗ୍ରୀନ୍ ସିଗନାଲ୍ । ବିନା ଭକ୍ତରେ ଚଳିତଥର ରୁକୁଣା ରଥଯାତ୍ରା ହେବ । ରଥଯାତ୍ରା କରିବାକୁ ଅନୁମତି ଦେଲେ ସରକାର । ତେବେ ଯାତ୍ରା ଆୟୋଜନ ନେଇ ବିଏମସି ଗାଇଡ୍‌ ଲାଇନ୍ ଜାରି କରିଛି।

ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଏବର୍ଷ ବିନା ଭକ୍ତରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିଲା ନାହିଁ । ପୂର୍ବ ବର୍ଷ ପରି ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ଆଉ ଆଜି କରୋନା କଟକଣା ମଧ୍ୟରେ ଯାତ୍ରା ହେବା ନେଇ ଅନୁମତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.